ସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ରିୟାଦ୍‌,୧୬।୮: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି। ଏକଥ ସେ ନିଜେ ପ୍ରକାଶ କରିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ସମ୍ଭାବ୍ୟ ଚୁକ୍ତିରେ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ।
ଆମେରିକାର ଅଧିକାରୀମାନେ ଇସ୍ରାଏଲ-ସାଉଦି ଆରବ-ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ ମହମ୍ମଦ ବିନ ସଲମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସାଉଦି କ୍ରାଉନ ପ୍ରିନ୍ସ କହିଛନ୍ତି, ଯଦି ସେ ଏହି ଚୁକ୍ତି ସହିତ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ। ଏହା ଉପରେ ଆମେରିକାର ଅଧିକାରୀମାନେ ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିଲେ। ମହମ୍ମଦ ବିନ ସଲମାନ ଆମେରିକୀୟ ଅଧିକାରୀମାନଙ୍କୁ ପଚାରିଥିଲେ ଯେ ଯେତେବେଳେ ୧୯୮୧ରେ ଇଜିପ୍ଟର ରାଷ୍ଟ୍ରପତି ଅନୱାର ସାଦତଙ୍କୁ ଇସଲାମୀୟ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ସେତେବେଳେ ଆମେରିକା କ’ଣ କଲା? ତେବେ ରିପୋର୍ଟ ଅନୁଯାୟୀ, ସାଉଦି କ୍ରାଉନ ପ୍ରିନ୍ସ ଏହି ଚୁକ୍ତି ତାଙ୍କ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପଦ ସତ୍ତ୍ୱେ ଏହି ଡିଲ ସହିତ ଆଗକୁ ବଢିବାକୁ ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚୁକ୍ତିନାମା ଅନୁଯାୟୀ ଆମେରିକା ସାଉଦି ଆରବର ସୁରକ୍ଷା ନିଶ୍ଚିତ କରିବ ଏବଂ ସାଉଦି ଆରବର ନାଗରିକ ଆଣବିକ କାର୍ଯ୍ୟକ୍ରମରେ ଆମେରିକା ମଧ୍ୟ ସାହାଯ୍ୟ କରିବ। ଆମେରିକା ସାଉଦି ଆରବରେ ଟେକ୍ନୋଲୋଜି କ୍ଷେତ୍ରରେ ବିନିଯୋଗ କରିବ। ଏହାର ପ୍ରତିବଦଳରେ ସାଉଦି ଆରବକୁ ଚାଇନା ସହ ସମ୍ପର୍କ ସୀମିତ ରଖିବାକୁ ପଡିବ ଏବଂ ସେହି ସମୟରେ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ପଡିବ। ଯଦି ସାଉଦି ଆରବ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରେ, ତେବେ ଏହା ଇସ୍ରାଏଲ ପାଇଁ ବହୁତ ଲାଭଦାୟକ ହେବ କାରଣ ଆରବ ଜଗତରେ ସାଉଦି ଆରବର ବହୁତ ପ୍ରଭାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

କମଲା ହାରିସଙ୍କୁ ପ୍ରଶଂସା କଲେ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞଙ୍କ ସମର୍ଥନ ମିଳିଛି।...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସଙ୍କୁ ଲାଗିଲା ବଡ ଝଟ୍‌କା, ବାଜି ମାରିଲେ ଟ୍ରମ୍ଫ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଭୋଟ ପାଇଁ ମାତ୍ର ଦୁଇ ସପ୍ତାହ ବାକି ଅଛି। ଆମେରିକାର ଉଭୟ ଦଳ ନିର୍ବାଚନରେ ଜିତିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri