Categories: ବାଣିଜ୍ୟ

ସୁଧ ହାର ବଢ଼ାଇଲା ଫେଡେରାଲ ରିଜର୍ଭ

ନୂଆଦିଲ୍ଲୀ,୨୮।୭:ବିଗତ କିଛି ମାସ ହେବ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ କରୁଛି। ଫଳରେ ବିଶ୍ୱ ଅର୍ଥନୀତିରେ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଚଳିତ ଥର ପାଇଁ ଫେଡେରାଲ ରିଜର୍ଭ ଅଫ୍‌ ଆମେରିକା ସୁଧହାରରେ ପ୍ରାୟ ୨୫ ବିପିଏସ୍‌ ବଢାଇଛନ୍ତି। ଫଳରେ ଫେଡେରାଲ ରିର୍ଜଭର ସୁଧହାର ୫.୨୫%ରୁ ବଢି ୫.୫୦%ରେ ପହଞ୍ଚତ୍ଛି। ସେହିଭଳି ଗତ ୧୨ଟି ବୈଠକରୁ ଏହା ୧୧ତମ ବୃଦ୍ଧି ହୋଇଥିବାବେଳେ ଆମେରିକାରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ଲାଗି ଋଣ ଉଧାର ନେବା ଅଧିକ ମହଙ୍ଗା ହୋଇଯିବ ବୋଲି କୁହାଯାଉଛି। ସେହିଭଳି ଭାରତରେ ଯେବେ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିଥାନ୍ତି, ସେତେବେଳେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇଠାରୁ ଉଚ୍ଚ ସୁଧହାରରେ ଋଣ ନେବାକୁ ପଡିଥାଏ।

Share