ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ସପିଙ୍ଗମଲ୍ ଆଗ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସମ୍ପୃୃକ୍ତ ମଲ୍ ମାଲିକ କାଟି ସଫା କରି ଦେଇଛନ୍ତି। ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପରେ ବନ ବିଭାଗର ଚେତା ପସିଛି।
ରବିବାର ସକାଳେ ଗଛ କଟା ଚାଲିଥିବା ଖବରପାଇ ଖୋର୍ଦ୍ଧା ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା ଟିମ୍ ସହ ପହଞ୍ଚି ଘଟଣାସ୍ଥଳରୁ କରତ, ଟାଙ୍ଗିଆ ଏବଂ ଗଛ କଟା ଯନ୍ତ୍ରାଂଶ ଜବତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ତିନିଦିନ ହେଲା ଗଛ କଟା ଚାଲିଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ନୀରବଦ୍ରଷ୍ଟା ସାଜିଛନ୍ତି। କିଏ ଗଛ କାଟିଲା, କାହା ଇଙ୍ଗିତରେ ଗଛକଟା ଯାଉଛି, କେହି ମୁହଁ ଖୋଲିବାକୁ ନାରାଜ।