କରୋନା ସମୟରେ ମିଳିଲାନି ଛୁଟି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ସେରିମନି

ଜୟପୁର,୨୫।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। ୩୦ ଏପ୍ରିଲରେ ଏହି ମହିଳା କନଷ୍ଟେବଳଙ୍କ ବିବାହ ହେବ। କିନ୍ତୁ ବର୍ତ୍ତମାନ କରୋନା ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା ନାହିଁ। ଫଳରେ ଥାନା ପରିସରରେ ତାଙ୍କର ହଳଦୀ ସେରିମନି କରାଯାଇଛି।

ଏପରି ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗପୁର ଥାନାରେ। ଏଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଆଶା ରୋତ୍‌ଙ୍କ ଆସନ୍ତା ୩୦ ତାରିଖରେ ବିବାହ ହେବ। କରୋନା ଯୋଗୁ ପୋଲିସଙ୍କର ଛୁଟି ନାହିଁ। ଅନ୍ୟପକ୍ଷରେ ବିବାହ ପୂର୍ବଦିନ ହଳଦୀ ସେରିମନି ହେବା କଥା। ମାତ୍ର ଛୁଟି ନ ମିଳିବାରୁ ଏବେ ଥାନା ପରିସରରେ ହଳଦୀ ସେରିମନି କରାଯାଇଛି। ଥାନାର ସହକର୍ମୀମାନେ ମଙ୍ଗଳ ଗୀତ ଗାଇ ଆଶାଙ୍କର ହଳଦୀ ସେରିମନି କରିଥିଲେ। ଆଶା ଘରଠାରୁ ଦୂରରେ ଥିଲେ ମଧ୍ୟ ସମସ୍ତ ସହକର୍ମୀଙ୍କ ଯୋଗୁ ସବୁକିଛି ଦୁଃଖ ଭୁଲି ଯାଇଛନ୍ତି।

Share