ବିଶ୍ୱାସର ପର୍ବ ଝାମିଯାତ୍ରା

ଜୟପୁର,୧୦ା୩(ନି.ପ୍ର.): ଝାମିଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଜୟପୁର। ଏହି ଯାତ୍ରାରେ ସିରଲୀ ଦେବୀଙ୍କୁ ପୂଜା କରାଯାଇଥାଏ। ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି। ଶିବରାତ୍ରି ଦିନ ଶିବମନ୍ଦିରରେ ପୂଜା କରାଯାଇଥାଏ ା ପରେ ଝାମିଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକକୁ ହଳଦୀ ଲଗାଯାଇ ସଜ କରାଯାଇଥାଏ। ପରେ ତାଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାଜା ବଜାଇ ସହର ପରିକ୍ରମା କରାଯାଇଥାଏ ା ବସନ୍ତଋତୁ ସରିବା ପରେ ବସନ୍ତ, ହାଡ଼ଫୁଟି, ମିଳିମିଳା, କାଛୁକୁଣ୍ଡିଆ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ରାଜାରାଜୁଡା ଅମଳରୁ ଜୟପୁରରେ ପାଳିତ ହୋଇଆସୁଛି ଏହି ଝାମିଯାତ୍ରା। ଶିବରାତ୍ରି ପରେ ଫାଲ୍‌ଗୁନ ଶୁକ୍ଲପକ୍ଷ ନବମୀ ତିଥି ଅନୁଯାୟୀ ବୁଧବାର ଝାମି ଦେବୀଙ୍କୁ ସ୍ଥାନୀୟ ବାଙ୍କମଠଠାରେ ଏକ ଅସ୍ଥାୟୀ ମଣ୍ଡପ କରାଯାଇ ପୂଜା କରାଯାଇଛି ା ଶିବରାତ୍ରିରେ ମହାଦେବଙ୍କ ଦର୍ଶନ ପରେ ପୂଜକ ପରିବାର ବାଜା ଓ ଫୁଲ ଚାଙ୍ଗୁଡି ଧରି ସହରର ସାହିଗୁଡିକର ଘରେ ହଳଦୀ ଓ ନିମ୍ବପତ୍ର ଚାଙ୍ଗୁଡ଼ିରେ ବାଣ୍ଟିଥାନ୍ତି ା ଏହା ଦ୍ୱାରା ଚର୍ମରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ା ପ୍ରତିବଦଳରେ ଶ୍ରଦ୍ଧାଳୁମାନେ ଚାଉଳ, ପନିପରିବା ଓ କିଛି ଟଙ୍କା ସେହି ଚାଙ୍ଗୁଡ଼ରେ ଦେଇଥାନ୍ତି ା ମାନସିକ ରଖି ଲୋକେ ଫୁଲ ଝାଡୁ, କୁକୁଡ଼ା ଅଣ୍ଡା, ନଡ଼ିଆ, କଦଳୀ, ଫୁଲ ଦେବୀଙ୍କୁ ସମର୍ପଣ କରିଥାନ୍ତି। ଏହି ଯାତ୍ରା ଶିବରାତ୍ରି ପରଠାରୁ ଦଶଦିନ ଧରି ଚାଲିଥାଏ ା ଏହି ଅବସରରେ ଶୋଭାଯାତ୍ରା ୭ଦିନ ଧରି ସକାଳୁ ୮ଟାରୁ ବାହାରି ଅପରାହ୍ନ ୧ଟାଯାଏ ଚାଲିଥାଏ। ଶୋଭାଯାତ୍ରାରେ ଯାହା ସବୁ ମିଳେ ସନ୍ଧ୍ୟାରେ ତାହା ପୂଜାରେ ଲାଗିଥାଏ ା ପୁଣି ଯାହା ବଳକା ହୋଇଥାଏ ନବମୀ ଦିନ ପୂଜା ପାଇଁ ରଖାଯାଏ ା ରାତ୍ର ୧୨ଟାରେ ପରମ୍ପରା ଅନୁଯାୟୀ ଲାଲ ଘରକୁ ଯାଇ ଝାମି ଦେବୀ ଫେରିଥାନ୍ତି ପୀଠକୁ। ପୂଜା ପାଇଁ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ବେଶି ଭିଡ଼ ଜମିଥାଏ। ଜୟପୁର, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ ସହ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ସ୍ଥାନରୁ ଶ୍ରଦ୍ଧାଳୁମାନେ ଯାତ୍ରା ଦେଖିବାକୁ ଆସିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image