ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

କେସିଙ୍ଗା, ୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକର ୨୬ଟି ପଞ୍ଚାୟତର ୩୦୫ ବୁଥ୍‌ରେ ୭୭ ହାଜର ୭୬୩ ଭୋଟର ରହିଛନ୍ତି। ୧୦୭ ଜଣ ସରପଞ୍ଚ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନିର୍ବାଚନ ଲଢ଼ିଥିବା ବେଳେ ୮୬ ଜଣ ସମିତି ସଭ୍ୟ ନିଜ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେହିପରି ବ୍ଲକର ୯୬ଟି ୱାର୍ଡ଼ରେ ୨୨୨ ଜଣ ୱାର୍ଡ଼ମେମ୍ବର ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩ଟି ଜିଲାପରିଷଦ ଜୋନରେ ୧୩ ଜଣ ଜିଲାପରିଷଦ ସଭ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୭ରୁ ଭୋଟିଙ୍ଗ୍‌ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ମତଦାନ ଚାଲିଥିଲା। ସମୁଦାୟ କେସିଙ୍ଗା ବ୍ଲକର ୩୦୫ଟି ବୁଥ୍‌ କେନ୍ଦ୍ରରେ ୮୨.୪୬ ପ୍ରତିଶତ ଭୋଟ ପଡିଥିବା ନିର୍ବାଚନ ଅଧିକାରୀ ତଥା କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ପ୍ରକାଶ କରିଛନ୍ତି। ୨୬ ତାରିଖରେ ଭୋଟ ଗଣତି କରାଯିବ ବୋଲି କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share