Categories: ଜାତୀୟ

ନକ୍ସଲଙ୍କ ବିରୋଧରେ ଲଢେଇ ହେବ ଆହୁରି ଜୋରଦାର: ଅମିତ ଶାହା

ରାୟପୁର,୫।୪: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ବିଜାପୁରରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜଗଦଲପୁରରେ ପହଞ୍ଚିଛନ୍ତି। ଏଠାରେ ଶହୀଦ ହୋଇଥିବା ଯବାନମାନଙ୍କୁ ଅମିତ ଶାହା ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ଉଭୟ ଏବେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଶାହା କହିଛନ୍ତି ଯେ, ନକ୍ସଲମାନଙ୍କ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ଏହି ସଂଗ୍ରାମ ବନ୍ଦ ହେବ ନାହିଁ ଏବଂ ତୀବ୍ର ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଅମିତ ଶାହା କହିଥିଲେ, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି ଆକ୍ରମଣରେ ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଯୋଗୁ ଅମିତ ଶାହା ଆସାମରେ ନିର୍ବାଚନ ବାତିଲ କରି ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ ସେ ନକ୍ସଲ ଆକ୍ରମଣ ଉପରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ସୂଚନାଯୋଗ୍ୟ, ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଥିଲେ। ଅନେକ ଯବାନ ଆହତ ହୋଇଛନ୍ତି।

Share