ଆସନ୍ତାବର୍ଷ ଜାନୁୟାରୀରେ ରିଲିଜ୍‌ ହେବ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବ। ନିକଟରେ ପ୍ରଭାସଙ୍କ ଫିଲ୍ମ ‘ ରାଧେଶ୍ୟାମ’ ପରଦାକୁ ଆସିଥିଲା। ହେଲେ ବକ୍ସ ଅଫିସରେ ଭଲ ପ୍ରର୍ଦଶନ କରି ନଥିବା ବେଳେ ‘ଆଦିପୁରୁଷ’କୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଅକ୍ଟୋବର ୩ରେ ଫିଲ୍ମର ଟିଜର ରିଲିଜ୍‌ ହେବ। ଓମ୍‌ ରାଉତ ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଏକକାଳୀନ ଶୁଟିଂ କରାଯାଇଛି। ଫିଲ୍ମ ‘ଆଦିପୁରୁଷ’ ପୌରାଣିକ ନାଟକ ଉପରେ ଆଧାରିତ। ଯେଉଁଥିରେ ପ୍ରଭାସ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ। ପ୍ରଭାସଙ୍କ ବ୍ୟତିତ ଫିଲ୍ମରେ କ୍ରିତି ସାନନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ଅଛନ୍ତି।

Share