ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଚଳିତ ଥର ସେନା ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇନାହିଁ। ଉକ୍ତ ଫିଲ୍ମକୁ ମନ୍ତ୍ରଣାଳୟ ଏନ୍‌ଓସି ଦେଇ ନ ଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗକୁ ଭାଜପା ନେତା ବରୁଣ ଗାନ୍ଧୀ ଗୃହରେ ଉଠାଇଥିବା ସୂଚନା ରହିଛି। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ତାଙ୍କ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁ ଫିଲ୍ମକୁ ଏନ୍‌ଓସି ଦିଆଯାଇ ନାହିଁ, ତାହା ହେଉଛି ଜଣେ ସେନା ଅଧିକାରୀଙ୍କ କାହାଣୀ। ଯାହାର ଜଣେ କାଶ୍ମୀର ପୁଅଙ୍କ ସହ ପ୍ରେମ ସମ୍ପର୍କ ରହିଥାଏ। କହିବାକୁ ଗଲେ, ଏହି ପିଲ୍ମଟି ଜଣେ ସେନା ଅଧିକାରୀଙ୍କ ସମଲିଙ୍ଗୀ ସମ୍ପର୍କକୁ ଦର୍ଶାଉଛି। ଯାହା ଭାରତୀୟ ସେନାର ଛବିକୁ ଖରାପ ଦର୍ଶାଇବା ସହ ସମସ୍ତ ତଥ୍ୟକୁ ସଠିକ୍‌ ଭାବେ ଉପସ୍ଥାପନ କରାଯାଇ ନ ଥିବାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଫିଲ୍ମକୁ ମଞ୍ଜୁରୀ ପ୍ରଦାନ କରିନାହିଁ। କାରଣ ପ୍ରତ୍ୟେକ ନିଷ୍ପତ୍ତି ଦେଶର ସୁରକ୍ଷା, ଆଇନ ଶୃଙ୍ଖଳା, ସେନାଙ୍କ ଶୃଙ୍ଖଳା ଓ ସେନାଙ୍କ ପରମ୍ପରା ଆଧାରରେ ନିଆଯାଏ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share