ଗୋଟିଏ ଦିନରେ ଏହି ଫିଲ୍ମ ରୋଜଗାର କଲା ୧୨ କୋଟି

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଚତୁର୍ଥ ଦିନରେ ଅର୍ଥାତ୍‌ ରବିବାର ଏହି ଫିଲ୍ମ ୧୨ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଫିଲ୍ମ ପ୍ରଥମ ସପ୍ତାହ ଶେଷରେ ମୋଟ୍‌ ୩୮ କୋଟି ଟଙ୍କା ରୋଜଗାର କରିଛି।

ଗୁରୁବାର ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପ୍ରଥମ ଦିନରେ ୯.୨୫ କୋଟି ଟଙ୍କା, ଶୁକ୍ରବାର ୭ କୋଟି ଏବଂ ଶନିବାର ୧୦.୧୦କୋଟି ଟଙ୍କା ସଂଗ୍ରହ କରିଛି। ରବିବାର ଏହି ଫିଲ୍ମ ୧୨ କୋଟି ଟଙ୍କା ରୋଜଗାର କରିଛି, ଯାହା ଆଜି ପର୍ଯ୍ୟନ୍ତ ଏହାର ସର୍ବାଧିକ ସଂଗ୍ରହ ଅଟେ।

ଏହି ସମୟରେ କାର୍ତ୍ତିକ ଏବଂ କିଆରା ମୁମ୍ବାଇର ଏକ ଥିଏଟରରେ ଫିଲ୍ମର ସ୍କ୍ରିନିଂ ସମୟରେ ହଠାତ୍‌ ପହଞ୍ଚିଥିଲେ। ଏଠାରେ ଫିଲ୍ମ ଦେଖୁଥିବା ଲୋକମାନେ ଉଭୟଙ୍କୁ ଛିଡ଼ା କରାଇ ସେଲ୍‌ଫି  ନେଇଥିଲେ। କାର୍ତ୍ତିକଙ୍କୁ ଏକ ଧଳା ଟି-ଶର୍ଟ ଏବଂ ଡେନିମ୍‌ରେ ନଜର ଆସିଥିବା ବେଳେ  କିଆରା ଏକ ଧଳା ଟପ୍‌ ସହ ଡେନିମ୍‌ରେ ନଜର ଆସିଥିଲେ।

Share