ଜୁହି-ସଞ୍ଜୟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବାକୁ ଲାଗିଥିଲା ୭ ବର୍ଷ, ଶେଷରେ ହୋଇଥିଲା ଫ୍ଲପ୍‌

ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ଜୁହି ଚାଓ୍ବଲା ସେମାନଙ୍କ ସମୟର ଶ୍ରେଷ୍ଠ ଷ୍ଟାର୍‌ ଥିଲେ। ସଞ୍ଜୟ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଜୁହି ଚାଓ୍ବଲା ମଧ୍ୟ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମର ଏକ ଅଂଶ ଥିଲେ। ଦୀର୍ଘବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିବା ପରେ ମଧ୍ୟ ସେମାନଙ୍କ ଯୋଡ଼ି ୧୯୯୯ରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିଥିଲେ। ଫିଲ୍ମ ‘ସଫାରୀ’ରେ ଉଭୟ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ୧୯୯୯ରେ ମୁକ୍ତିଲାଭ କରିଥିବା ସଫାରୀ, ଜ୍ୟୋତିନ ଗୋୟଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଖୁବ୍‌ କମ୍‌ ଲୋକ ଜାଣନ୍ତି ୧୯୯୯ରେ ରିଲିଜ ହୋଇଥିବା ଏହି ଫିଲ୍ମର କାମ୍‌ ୧୯୯୨ରେ ଆରମ୍ଭ ହୋଇଥିଲା।

ଏହି ଫିଲ୍ମରେ ସଞ୍ଜୟ-ଜୁହିଙ୍କ ସହ ସୁରେଶ ଓବରାଇ, ତନୁଜା ଏବଂ ମନୀଷ ବାହଲଙ୍କ ଭଳି ଷ୍ଟାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ। ଏହି ଫିଲ୍ମ ରିଲିଜରେ ବିଳମ୍ବ ହେବାର ଅନେକ କାରଣ ଥିଲା। ଯଦି ଆମେ ଦୁଇଟି ମୁଖ୍ୟ କାରଣ ବିଷୟରେ ଆଲୋଚନା କରିବା ତେବେ ସଞ୍ଜୁ ବାବାଙ୍କ ଗିରଫ ଏବଂ ୧୯୯୬ରେ ଶଫି ଇନମଦାରଙ୍କ ହଠାତ୍‌ ଦେହାନ୍ତ ହେବା ‘ସଫାରୀ’ ରିଲିଜରେ ବିଳମ୍ବ ହେବାର ସବୁଠାରୁ ବଡ଼ କାରଣ ଥିଲା।

ଏହି ଫିଲ୍ମର ଶୁଟିଂ ୧୯୯୨ରେ ଆରମ୍ଭ ହୋଇଥିଲା ଏବଂ ସଞ୍ଜୟ ଦତ୍ତଙ୍କ ଗିରଫଦାରୀ ହେତୁ ବନ୍ଦ ହୋଇଯାଇଥିଲା। ତା’ପରେ୧୯୯୬ରେ, ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଶାଫି ଇନମଦାରଙ୍କ ମୃତ୍ୟୁ ପରେ ସୁରେଶ ଓବରାଇ ଏହି ଫିଲ୍ମରେ ସ୍ଥାନ ପାଇଥିଲେ। କୌଣସି ପ୍ରକାରେ ଏହି ଫିଲ୍ମ ୧୯୯୯ରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏଥିରୁ ବହୁତ ଆଶା ରଖିଥିବା ନିର୍ମାତା ନିରାଶ ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ବୋଲି ପ୍ରମାଣିତ ହୋଇଥିଲା।

ତେବେ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଏବଂ ଜୁହି ଜ୍ୟୋତିନ ଗୋୟଲଙ୍କ ଏକ ଫିଲ୍ମରେ କାମ କରିଥିଲେ। ୧୯୯୦ରେ ମୁକ୍ତିଲାଭ କରିଥିବା ‘ଜହରିଲେ’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମରେ ସେମାନଙ୍କ ସହ ଅନ୍ୟ କଳାକାର ମଧ୍ୟ ଥିଲେ। ‘ସଫାରୀ’ ପରେ ଜୁହି ଏବଂ ସଞ୍ଜୟଙ୍କୁ ୧୩ବର୍ଷ ପରେ ପୁଣି ଥରେ ‘ସନ୍‌ ଅଫ୍‌ ସର୍ଦ୍ଦାର’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିଲେ।

Share