ଫିଲ୍ମ‘ସୂର୍ଯ୍ୟବଂଶୀ’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ପୁଣି ଥରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ। ତାଙ୍କର ଅପକମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବେଶ୍‌ ଉତ୍ସାହର ଅପେକ୍ଷା କରିଛନ୍ତି ଦର୍ଶକ। ତେବେ ଏହି ଫିଲ୍ମଟି ନଭେମ୍ବର ୫ରେ ଏହା ରିଲିଜ୍‌ ହେବାକୁ ଯାଉଛି । ତାଙ୍କର ସବୁ ଫିଲ୍ମ ମଧ୍ୟ ହିଟ୍‌ ହୋଇଛି।

ତେବେ ଅକ୍ଷୟ ଏବଂ କାଟ୍ରିନା ଦୁହେଁ ମିଶି ଏହାର ପ୍ରମୋଶନ କରିବାରେ ଲାଗିଛନ୍ତି। ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ ହେଉଛି । ତେବେ ଏହି ଫଟୋରେ ଅକ୍ଷୟ ଏବଂ କାଟ୍ରିନା ଦୁହେଁ ଏକାଠି ନଜର ଆସୁଛନ୍ତି । ଯେଉଁଥିରେ ଦୁହେଁ ଟେରେସରେ ବସି ପୋଜ ଦେଉଥିବାର ନଜର ଆସୁଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share