ଏହି ଫିଲ୍ମ ଅନିଲ କପୁରଙ୍କ ପାଇଁ ଥିଲା ମାଇଲଖୁଣ୍ଟ

ମୁମ୍ବାଇ: ନିର୍ଦ୍ଦେଶକ ଶେଖର କପୁରଙ୍କ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ହୃଦୟରେ ବେଶ୍‌ ପ୍ରଭାବ ପକାଇଥାଏ ବୋଲି ସମସ୍ତେ ଜାଣନ୍ତି। କିଛି ଫିଲ୍ମ ମଧ୍ୟରୁ ୧୯୮୭ରେ ଆସିଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ମଧ୍ୟ ତାଙ୍କର ସୁପରହିଟ୍‌ ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା। ଏହି ଫିଲ୍ମ ଅନିଲ କପୁରଙ୍କ କ୍ୟାରିୟର ପାଇଁ ଏକ ମାଇଲଖୁଣ୍ଟ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ କରିଥିଲା। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଫିଲ୍ମ ପାଇଁ ସୁପରଷ୍ଟାର ପ୍ରଥମ ପସନ୍ଦ ନ ଥିଲେ ବରଂ ଜଣେ ଭେଟେରାନ ଅଭିନେତାଙ୍କୁ ଧ୍ୟାନରେ ରଖି ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇଥିଲା।

ଅନିଲ କପୁର ଏବଂ ଶ୍ରୀଦେବୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ୧୯୮୭ରେ ଯେତେବେଳେ ରିଲିଜ ହୋଇଥିଲା, ସେତେବେଳେ ଫିଲ୍ମ ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା। ଏହି ଫିଲ୍ମରେ ଅମରେଶ ପୁରୀ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କର ସଂଳାପ ଇତିହାସ ସୃଷ୍ଟି କରିଥିଲା। ଫିଲ୍ମ ଅଧାରୁ ଅଧିକ ଶୁଟିଂ ଶେଷ ହେବା ପରେ ଅମରେଶ ଫିଲ୍ମରେ ସାଇନ ହୋଇଥିଲେ। କେବଳ ଏତିକି ନୁହେଁ, ଫିଲ୍ମର ମୁଖ୍ୟ ନାୟକ ଅନିଲ କପୁର ମଧ୍ୟ ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନ ଥିଲେ। ନିର୍ମାତା ବୋନି କପୁର ନିଜେ ଏକଥା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

Share