ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଫିଲ୍ମ ଆର୍‌ଆର୍‌ଆର୍‌ ଅନ୍ୟତମ। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ଦେଶରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଫିଲ୍ମ ନିର୍ମାତା ଅନିଶ୍ଚିତତା ମଧ୍ୟରେ ଥିଲେ। ଫିଲ୍ମକୁ ମାର୍ଚ୍ଚ ୧୮ କିମ୍ବା ଏପ୍ରିଲ ୨୮ରେ ମୁକ୍ତିଲାଭ କରିବ ବୋଲି ସେ ଘୋଷଣା କରିଥିଲେ। ବର୍ତ୍ତମାନ ଫିଲ୍ମଟି ମାର୍ଚ୍ଚ ୨୫ ରିଲିଜ୍‌ ହେବା ନେଇ ସୋସିଆଲ ମିଡିଆରେ ଶେୟାର କରାଯାଇଛି।

ଜାନୁୟାରୀ ୨ରେ ନିର୍ମାତା ଫିଲ୍ମର ରିଲିଜକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ତାପରେ, ଦୁଇଟି ପରୀକ୍ଷାମୂଳକ ତାରିଖ ଦେଇଥିଲେ ଏବଂ ବର୍ତ୍ତମାନ ଶେଷରେ ଏହାର ରିଲିଜ୍‌ ତାରିଖକୁ ସୋମବାର ଟୁଇଟ୍‌ ଯୋଗେ ଅଫିସିଆଲ ଘୋଷଣା କରାଯାଇଛି। ଏସ୍‌ ଏସ୍‌ ରାଜାମୌଲି ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତିି। ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ବ୍ୟତିତ ଫିଲ୍ମରେ ଆଲିଆ ଭଟ୍ଟ, ଅଜୟ ଦେବଗନ, ଅଲିଭିଆ ମୋରିସ, ରୟ ଷ୍ଟିଭେନ୍ସନ, ଆଲିସନ ଡୁଡି ଶ୍ରୀୟା ସରନ ଏବଂ ସାମୁଥିରାକାନି ଅଭିନୟ କରିଛନ୍ତି।

Share