ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି

ଦେଓଗାଁ, ୪ା୧୨(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି ଟଙ୍କା ମିଳିନି। ନିର୍ମାଣ ସରିବାର ୬ମାସ ପରେ ଟଙ୍କା ନ ମିଳିବାରୁ ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ଉପରଝରର ନାରାୟଣ ସାହୁ,ନରସିଂହ ସାହୁ, ଅର୍ଜୁନ ବିଶ୍ୱାଳ, ଫଟାମୁଣ୍ଡାର ଟିକେଚନ୍ଦ ରାଉତ, ଗଣେଶ୍ୱର ବିଶି, ଅମୂଲ୍ୟ ଘିଭେଲା, ସଞ୍ଜୀବ ପଟେଲ ା ସରକାରୀ ନିୟମାନୁସାରେ ଆଦର୍ଶ ଗାଈଗୁହାଳ ନିର୍ମାଣ ପାଇଁ ୧ଲକ୍ଷ୧୩ ହଜାର ଟଙ୍କା ବ୍ୟୟ ଅଟକଳ ରହିଛି। ଉକ୍ତ ହିତାଧିକାରୀମାନେ ଏପର୍ଯ୍ୟନ୍ତ ହାରାହାରୀ ୮୫ ହଜାର ଲେଖାଏଁ ଟଙ୍କା ୨ଟି କିସ୍ତିରେ ପାଇ ସାରିଛନ୍ତି ା ବିଡିଓ ସୁନାଙ୍କ ସହ ଆଲୋଚନା ପରେ ଏପିଓ ପ୍ରଶାନ୍ତ କୁମାର ସାହୁଙ୍କୁ ତୁରନ୍ତ ପାଉଣା ପୈଠ କରିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିଲେ ା ଆସନ୍ତା ୨ ସପ୍ତାହ ମଧ୍ୟରେ ସମସ୍ତଙ୍କ ପାଉଣା ପ୍ରଦାନ କରିବାପାଇଁ ଏପିଓ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ା

Share