୩ ମହାନଗର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ତାଲିକା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ। କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ମେୟର ପଦ ସଂରକ୍ଷଣ ସହ ୩ ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ଏଥିସହ ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରର ୩୪, ୧୩ ଓ ୨ ନମ୍ବର ୱାର୍ଡ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, କଟକର ୫୯ଟି ୱାର୍ଡ ଓ ବ୍ରହ୍ମପୁରର ୪୨ଟି ୱାର୍ଡରେ ନିର୍ବାଚନ ହେବ ।

 

 

 

Share