ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି ଜିଲା ପରିଷଦ ଜୋନ୍‌ ପାଇଁ ହେଉଛି ଭୋଟ୍‌ ଗ୍ରହଣ l ଗୋଷାଣୀ ବ୍ଲକରେ ୨୧ ପଞ୍ଚାୟତର ୨୬୬ଟି ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିବା ବେଳେ ମୋଟ୍‌ ୬୮ ହଜାର ୭୫୩ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ, ଶେଷ ପର୍ଯ୍ୟାୟ ମତଦାନରେ ୩ଟି ଅତି ସମ୍ବେଦନଶୀଳ ଏବଂ ୪୪ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share