Categories: ଜାତୀୟ

ତୈଳ ଦରକୁ ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୦।୨: ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ, ଗ୍ୟାସ ଦରକୁ ନେଇ ଶନିବାର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତଳଦର ବୃଦ୍ଧି ଦେଶ ପାଇଁ ଚିନ୍ତାର ବିଷୟ। ସମସ୍ୟାର ସମାଧାନ ଦର ହ୍ରାସ ହିଁ ଏକମାତ୍ର ବିକଳ୍ପ। ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶ ସମୂହ ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ କରୁଥିଲେ ତାହା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷେ ତୈଳ ଦର ସରକାରଙ୍କ ନିୟନ୍ତ୍ରଣରେ ନ ଥିବା ବେଳେ ଏହାକୁ ଟେକନିକ ଆଧାରରେ ମୁକ୍ତ କରାଯାଇଛି। ଫଳରେ ତୈଳ କମ୍ପାନୀମାନେ କଚ୍ଚା ତେଲ କିଣି ତାହାକୁ ବିଶୋଧିତ କରି ବିକ୍ରି କରୁଛନ୍ତି। ତେଣୁ ଏହାର ଦାମ ନିୟନ୍ତ୍ରଣ ସେମାନଙ୍କ ଉପରେ ର୍ନିଭର କରୁଛି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଆକାଶଛୁଆଁ ହୋଇଛି। ଶନିବାର ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ଟପିଛି। ଏହାସହ ଡିଜେଲ ଲିଟର ପିଛା ବି ୮୮ ଟଙ୍କାରେ ପହଞ୍ଚିଛି । ତୈଳ କମ୍ପାନୀ ପଟ୍ରୋଲ ଲିଟର ପିଛା ଦାମ ୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ଦାମ ୩୭ ପଇସା ବୃଦ୍ଧି କରିଛନ୍ତି।

 

Share