ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା ହେବ ବୋଲି ଜଣାପଡିଛି। ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ ହେଲେ ଏହା ଦ୍ୱାରା ଲୋକମାନେ ଲାଭବାନ ହେବେ ବୋଲି କୁହାଯାଉଛି। କୋଭିଡ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ଋଣ କିସ୍ତି ପଇଠ କରିବାରେ ବିଭିନ୍ନ ସମସ୍ୟା ଉପୁଜୁଛି। ବଜାର ପ୍ରଭାବିତ ହୋଇ ରହିଥିବା ବେଳେ ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏହାକୁ ସରକାର ବିଚାରକୁ ନେଇ ଋଣ ପୁନର୍ଗଠନ କ୍ଷେତ୍ରରେ ଏକ ଯୋଜନା ଆଣିଛନ୍ତି। ଏହି ଯୋଜନା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଘୋଷଣା ମଧ୍ୟ କରି ସାରିଛି। ଯୋଜନାକୁ ବ୍ୟାଙ୍କଗୁଡିକ କିଭଳି ଲାଗୁ କରୁଛନ୍ତି ସେ ସମ୍ପର୍କରେ ବ୍ୟାଙ୍କଗୁଡିକ ବିଭିନ୍ନ ଯୋଜନା ଲାଗୁ କରିବେ। ଏଭଳି ବିଭିନ୍ନ ପ୍ରସଙ୍ଗ ବ୍ୟାଙ୍କ ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀ ସୀତାରାମନ ଆଲୋଚନା କରିବେ ବୋଲି ଜଣାପଡିଛି।