Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥାରେ ସୁଧାର ଆଶାଠାରୁ ଉନ୍ନତ: ଶକ୍ତିକାନ୍ତ

ନୂଆଦିଲ୍ଲୀ: କରୋନା ଯୋଗୁ ଭାରତ ବଜାର ସଙ୍କଟ ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ହ୍ରାସ ପାଇଥିଲା। ବଜାର ପ୍ରଭାବିତ ହୋଇ ରହିଥିବା ବେଳେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଗୁରୁବାର ମତ ରଖିଛନ୍ତି। ସେ କହିଛନ୍ତି, ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକ୍‌କୁ ଫେରିବା ଜାରି ରହିଛି। ହେଲେ ଏହି ଧାରା ଆଶାଠାରୁ ଉନ୍ନତ। ଅର୍ଥାତ୍‌ ଯେଉଁ ଅର୍ଥ ବ୍ୟବସ୍ଥାର ଭଲ ଦିନ ଆଗକୁ ଆସୁଥିବା କୁହାଯାଉଛି। ଫରେନ ଏକ୍ସଚେଞ୍ଜ ଡିଲର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦ୍ରୁତ ହାରରେ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଛି।

Share