ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍‌ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍‌ତାର, କେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଜମି ଅଭାବରୁ ମଇଳା ଆବର୍ଜନା ପରିଚାଳନା ପାଇଁ ପ୍ରକଳ୍ପ ନିର୍ମାଣ ହୋଇ ପାରୁନଥିବାରୁ ଉକ୍ତ ସ୍ଥାନରେ ଆବର୍ଜନା ଜମା ରଖାଯାଉଛି ା ଜମି ମିଳୁନଥିବାରୁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଛି ା ତେବେ କେହି ଅସାବଧାନରେ ବିଡି ଟାଣି ପକାଇ ଦେଇଥିବ ବୋଲି ଏଡିଏମଓ୍‌ ଡକ୍ଟର ବି.ସି.ପୃଷ୍ଟି କହିଛନ୍ତି ା ଏବେ ମଧ୍ୟ ମେଡିକାଲର ବର୍ଜ୍ୟବସ୍ତୁକୁ ଜରିରେ ପ୍ୟାକିଂ କରି ଉକ୍ତ ସ୍ଥାନରେ ରଖାଯାଇଥିବାରୁ ମେଡିକାଲ ପରିସରରେ ପ୍ରଦୂଷଣ ବଢୁଛି। ତୁରନ୍ତ ଏହାର ପ୍ରତିକାର ଦାବି ହେଉଛି।

Share