ଡାକବଙ୍ଗଳା ବଜାରରେ ଭୋରୁ ଲାଗିଲା ନିଆଁ: ଚାହୁଁ ଚାହୁଁ ଜଳିଗଲା ୪ ଦୋକାନ

ଭୋଗରାଇ,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ ଡ଼ାକବଙ୍ଗଳା ବଜାରରେ ବୁଧବାର ଭୋରରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦେକାନରେ ନିଆଁ ଲାଗି ଲଖ୍ୟଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି। ଏଥି ମଧ୍ୟରୁ ଦୁଇଟି ଫଳ ଓ ଅନ୍ୟ ଦୁଇଟି ଜଳଖିଆ ଦୋକାନ ଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳେକୁ ପ୍ରାୟ ସମସ୍ତ ଜିନିଷ ପୋଡି ସାରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।