ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍‌ରେ ଫ୍ୟାନ୍‌ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଅଧିକ ଉତ୍ସାହିତ ହୋଇ ବାଣ ଫୁଟାଇ ଦେଇଥିଲେ। ଫଳରେ କେତେକ ସିଟ୍‌ରେ ନିଆଁ ଲାଗିଯାଇଥିଲା। ପରେ ସିନେମା ହଲରେ ଆତଙ୍କ ଖେଳିଯାଇଥିଲା। ସିନେମା ହଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। କୁହାଯାଉଛି କି, ଜନ୍ମଦିନ ଅବସରରେ ତାଙ୍କର ଏକ ଫିଲ୍ମ ‘ବିଲା’ର ସ୍କ୍ରିନିଂ ପଶ୍ଚିମ ଗୋଦାବରୀ ଜିଲାର ଭେଙ୍କଟ ରମଣ ଥିଏଟରରେ ହୋଇଥିଲା। ଏହି ସମୟରେ ଫ୍ୟାନ୍‌ମାନେ ହଲ ଭିତରେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ବାଣ ଫୁଟାଇଥିଲେ।

Share