ନିଆଁ ଲାଗି ୨ ଏକର ଜଙ୍ଗଲ ଜଳିଗଲା

ସୋର,୧୮।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ସରଳିଆ ନିକଟବର୍ତ୍ତୀ କୁଲଡିହା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଦେବଗିରି ପାଦଦେଶ ଜଙ୍ଗଲରେ ରବିବାର ନିଆଁ ଲାଗିଯାଇଥିଲା। ଏହା ଫଳରେ ୨ ଏକର ପରିମିତ ଜଙ୍ଗଲର ବିଭିନ୍ନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଜଙ୍ଗଲ ସୁରକ୍ଷା କମିଟି କୋଷାଧ୍ୟକ୍ଷ ସାଗର ସିଂ, କମିଟି ଜଙ୍ଗଲ ଜଗୁଆଳି ଶ୍ରୀକାନ୍ତ ହେହୁରି, ବନ ବିଭାଗ କର୍ମଚାରୀ ଦେବେନ୍ଦ୍ର ରାଉତ, ନିଅଁା ଲିଭାଳି ବସନ୍ତ ସେଠୀ ମେଶିିନ ସହାୟତାରେ ଦୀର୍ଘ ସମୟ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ଗୋଟିଏ ସପ୍ତାହ ଭିତରେ ଏହା ତୃତୀୟଥର ଅଗ୍ନିକାଣ୍ଡ ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।