ନିକଟସ୍ଥ ଜଙ୍ଗଲରୁ ଉଡ଼ିଆସିଲା ନିଆଁ ଝୁଲ: ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ବୁଗୁଡ଼ା, ୨୭।୨: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ପରିବାରଙ୍କ ୪ ବଖରା ଜଳିପୋଡି ପାଉଁଶ ହୋଇଯାଇଛି।
ପ୍ରକାଶ ଯେ, ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ସେଠାରୁ ନିଆଁ ଝୁଲ ଉଡିଆସି ପ୍ରମୋଦ ପ୍ରଧାନ ଏବଂ ଦ୍ବିତିକୃଷ୍ଣ ପ୍ରଧାନଙ୍କ ଚାଳ ଘର ଉପରେ ପଡିଥିଲା। ଫଳରେ ଉଭୟଙ୍କ ୨ ବଖରା ଲେଖାଏ ଘର ଜଳିଯାଇଛି। ଖବର ପାଇ ବୁଗୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବି.କରଡ଼ାବାଡ଼ି ରାଜସ୍ବ ନିରୀକ୍ଷକ ଲିଙ୍ଗରାଜ ସାହୁ କ୍ଷତିଗ୍ରସ୍ଥ ପରିବାରକୁ ଜରି ପାଲ ଯୋଗାଇ ଦେଇଥିବା ବେଳେ କ୍ଷତିପୂରଣ ରାଶି ୭ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଦୁଇ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।