ଗଞ୍ଜେଇ ସହ ୨ ଜଣଙ୍କୁ ମାଡ଼ିବସିଲା ପୋଲିସ

ଫିରିଙ୍ଗିଆ,୧୫ା୧(ବିକ୍ରମ ଦିଗାଲ): ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ପୋଲିସ ୨ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ପାଙ୍ଗା ଉପରସାହି ପଞ୍ଚାୟତ ବାଲିଗଟା ଗାଁର ମିଙ୍ଗୁନା ବିନ୍ଧାଣିଙ୍କ ପୁଅ ପ୍ରକାଶ((୩୫) ଓ ଉକ୍ତ ପଞ୍ଚାୟତର ପାଙ୍ଗା ଗାଁର ଯୁଜୁରା ଦିଗାଲଙ୍କ ପୁଅ ବାଳମିକ(୩୮)। କାଶିନିପଦର ଛକଠାରେ ସେମାନଙ୍କଠାରୁ ଫିରିଙ୍ଗିଆ ପୋଲିସ ଗୋଟିଏ ବାଇକ୍‌ ସହ ୧୨ କିଲୋ ଗଞ୍ଜେଇ ଜବତ କରିଥିଲା। ଏ ନେଇ ନଂ. ୧୬/୨୪ରେ ମାମଲା ରୁଜୁ ହୋଇଥିବା ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ କହିଛନ୍ତି।

Share