Categories: ଖେଳ

୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍‌ ଯାଦୁଗର

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ୫୨ ଟେଷ୍ଟ ଖେଳି ୯୯.୯୨ ହାରରେ ୬୯୯୬ ରନ୍‌ କରିଥିଲେ। ସେଥିମଧ୍ୟରେ ୨୯ଟି ଶତକ ଅନ୍ତର୍ଭୁକ୍ତ ଥିଲା। ଟେଷ୍ଟ କ୍ୟାରିୟରରେ ସେ ମାତ୍ର ୬ଟି ଛକା ମାରିଥିଲେ। ଇଂଲଣ୍ଡ ବିପକ୍ଷରେ ୫ଟି ଏବଂ ଭାରତ ବିପକ୍ଷରେ ଗୋଟିଏ ଛକା ମାରିଥିଲେ। ୧୯୩୧ରେ ସେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୨ଟି ବଲ୍‌ ଖେଳି ଶତକ ଅର୍ଜନ କରିଥିଲେ। ସେ ମାତ୍ର ୩ ଓଭରରେ ଏହା ହାସଲ କରିଥିଲେ। କାରଣ ସେତେବେଳେ ଓଭର ପିଛା ୮ ବଲ୍‌ ପକାଯାଉଥିଲା। ଏହି କ୍ରମରେ ବ୍ରାଡ୍‌ମ୍ୟାନ୍‌ ୨୨ଟି ବଲ୍‌ରେ ଶତକ ହାସଲ କରିଥିଲେ। ବ୍ରାଡ୍‌ମ୍ୟାନ୍‌ ମାତ୍ର ୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ କରିଥିଲେ। ୧୯୨୦-୨୧ରେ ବୋଭରଲ ସ୍କୁଲ ପକ୍ଷରୁ ଖେଳି ସେ ଅପରାଜିତ ୧୧୫ରନ୍‌ କରିଥିଲେ। ଖୁବ୍‌ କମ୍‌ ଲୋକ ଜାଣନ୍ତି ବ୍ରାଡ୍‌ମ୍ୟାନ୍‌ କ୍ରିକେଟରୁ ଅବସର ନେବା ପରେ ଅମ୍ପାୟାର୍‌ ଟେଷ୍ଟରେ ମଧ୍ୟ ପାସ୍‌ ହୋଇଥିଲେ। କିନ୍ତୁ ସେ କେବେ ଅମ୍ପାୟରିଂ କରି ନ ଥିଲେ।

Share