ନୂଆଦିଲ୍ଲୀ: ଜନ୍ ହପ୍କିନ୍ସ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ୍ ନେତୃତ୍ୱରେ ଅନ୍ତର୍ଜାତୀୟ ଦଳ ଏକ ଡ୍ରୋସୋଫିଲା(ଖାଦ୍ୟପଦାର୍ଥ ଉପରେ ଉଡୁଥିବା କ୍ଷୁଦ୍ର ମାଛି)ର ମସ୍ତିଷ୍କରେ ଥିବା ପ୍ରତ୍ୟେକ ସ୍ନାୟୁ ସଂଯୋଗକୁ ଅନୁଧ୍ୟାନ କରି ଏକ ଚିତ୍ର ପ୍ରସ୍ତୁତ କରିଛି, ଯାହା ଏକ ମଣିଷ ମସ୍ତିଷ୍କର ତୁଳନାତ୍ମକ ନମୁନା। ଏହି ମଡେଲ ଜରିଆରେ ନ୍ୟୁରନ ପରସ୍ପର ସହିତ କିପରି ସଂଯୋଗ ତାହା ଆମେ ଜାଣିପାରିବା ବୋଲି ଜନ୍ ହପ୍କିନ୍ସ ବାୟୋମେଡିକାଲ ବିଶେଷଜ୍ଞ ତଥା ବରିଷ୍ଠ ଲେଖକ ଜୋଶୁଆ ଟି. ଭୋଗେଲଷ୍ଟାଇନ କହିଛନ୍ତି। ମସ୍ତିଷ୍କକୁ ମାପ କରିବାର ପ୍ରଥମ ପ୍ରୟାସ ୧୯୭୦ରେ ଆରମ୍ଭ ହୋଇଥିବାବେଳେ ଏକ ଗୋଲାକାର ପୋକର ମସ୍ତିଷ୍କକୁ ୧୪ ବର୍ଷ ଅନୁସନ୍ଧାନ କରିବା ପରେ ସେହି ନମୁନାଟି ନୋବେଲ ପୁରସ୍କାର ପାଇଥିଲା। ରିଲିଜ୍ ହୋଇଥିବା ଏହି ମସ୍ତିଷ୍କ ନମୁନାଟି ଏକ କ୍ଷୁଦ୍ର ମାଛି ଡ୍ରୋସୋଫିଲାର। ଏହି ମାନଚିତ୍ରରେ ୩ ହଜାର ୧୬ଟି ନ୍ୟୁରନ୍ ଥିବାବେଳେ ସେମାନଙ୍କ ମଧ୍ୟରେ ୫ ଲକ୍ଷ ୪୮ ହଜାର ସଂଯୋଗ ରହିଛି। ଏହି ମାନଚିତ୍ର ପାଇଁ ୫୦ ବର୍ଷ ଲାଗିଥିବା ଭୋଗେଲଷ୍ଟାଇନ କହିଛନ୍ତି। ଏକ ମୂଷାର ମସ୍ତିଷ୍କ ଏହି ଛୋଟ ମାଛିର ମସ୍ତିଷ୍କଠାରୁ ଏକ ମିଲିୟନ ଗୁଣ ବଡ଼ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ଭବିଷ୍ୟତରେ ମଣିଷ ମସ୍ତିଷ୍କର ନମୁନା କରିବା ସମ୍ଭାବନା କମ୍ ବୋଲି କୁହାଯାଇଛି।