ଆସୁଛି ପ୍ରଥମ କୋଭିଡ୍‌ ବଟିକା

ଓ୍ବାଶିଂଟନ, ୧।୧୦:କୋଭିଡ୍‌-୧୯ ଚିକିତ୍ସା ପାଇଁ ମର୍କ ଏବଂ ରିଜ୍‌ବ୍ୟାକ୍‌ ବାୟୋଥେରାପୁଟିକ୍ସ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଥିବା ଟାବ୍‌ଲେଟ ମଲନୁପିରାଭିର ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କାକୁ ୫୦ ପ୍ରତିଶତ ହ୍ରାସ କରିପାରୁଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି। କୋଭିଡ୍‌ ଚିକିତ୍ସାରେ ଏହାକୁ ବ୍ୟବହାର କରିବା ଲାଗି ଅନୁମତି ଦେବାକୁ ମର୍କ ଖୁବ୍‌ଶୀଘ୍ର ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ଯୋଜନା କରୁଛି। ଅନୁମତି ମିଳିଲେ କୋଭିଡ୍‌ ଚିକିତ୍ସାରେ ମଲନୁପିରାଭିର ପ୍ରଥମ ବଟିକା ହେବ। ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମଲନୁପିରାଭିରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୨୯ ଦିନ ମଧ୍ୟରେ ମାତ୍ର ୭.୩ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କାହାର ମୃତ୍ୟୁ ହୋଇ ନ ଥିଲା। କିନ୍ତୁ ପ୍ଲେସ୍‌ବୋ ନେଇଥିବା ରୋଗୀଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିମ୍ବା ପ୍ରାଣ ହରାଇଥିଲେ।

 

Share