ପ୍ରଥମ ମହିଳା ନିର୍ବାଚନ କମିଶନଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ମୁମ୍ବାଇ, ୧୬।୭: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନ ନୀଲା ସତ୍ୟନାରାୟଣନଙ୍କ କରୋନା ସଂକ୍ରମଣ ଯୋଗୁ ଗୁରୁବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ସେଭେନ୍‌ ହିଲ୍ସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୧୯୭୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନୀଲା ୨୦୦୯ରେ ମହାରାଷ୍ଟ୍ରର ନିର୍ବାଚନ କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୪ରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ନୀଲାଙ୍କ ମୃତ୍ୟୁରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

Share