ଜଗତ୍‌ସିଂହପୁର ଜିଲାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଜଗତ୍‌ସିଂହପୁର, ୩୧।୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଏକ ତଳିଆ ଜିଲା ଭାବେ ପରିଚିତ। ସମୁଦ୍ର କୂଳବର୍ତ୍ତୀ ଏହି ଜିଲାରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା ଆଦି ହୋଇଥାଏ। ଯେହେତୁ ଏବେ ବର୍ଷାଦିନ, ତେଣୁ ବନ୍ୟା ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ହୀରାକୁଦରୁ ପ୍ରବାହିତ ବନ୍ୟାଜଳ ପାଖାପାଖି ୫ ଲକ୍ଷ ଘନଫୁଟ୍‌ ଜଳ ମୁଣ୍ଡଳିଠାରେ ପ୍ରବାହିତ ହୋଇଛି। ଏହି ଜଳ ଜଗତ୍‌ସିଂହପୁର ଜିଲାର ଦେବୀ, ମହାନଦୀ ଓ ବିଲୁଆ ଖାଇ ଆଦି ନଦୀରେ ପ୍ରବାହିତ ହେଉଥିବା ଜଣାଯାଇଛି। ଖବର ଲେଖାହେବାବେଳକୁ ଜଗତ୍‌ସିଂହପୁରର ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ପାଖାପାଖି ୨ ଲକ୍ଷ ଘନ୍‌ପୁଟ୍‌ ଜଳ ପ୍ରବହିତ ହେଉଥିବା ଆକଳନ କରାଯାଇଛି। ବନ୍ୟାଜଳ ବୁଧବାର ଭୋର ୬ଟା ସୁଦ୍ଧା ଆଳିପିଙ୍ଗଳ ନିକଟରେ ଜଳସ୍ତର ସର୍ବାଧିକ ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶେଷକରି ମହାନଦୀ, ଦେବୀ ଓ ବିଲୁଆଖାଇ ନଦୀବନ୍ଧର ବିପଦପୂର୍ଣ୍ଣ ସ୍ଥାନ ନିକଟରେ ୧ ଲକ୍ଷ ୨୦ ହଜାର ବାଲି ବସ୍ତା ଏବଂ ୪ ହଜାର ସେଣ୍ଟିମିଟର ବାଲି ମହଜୁଦ୍‌ କରି ରଖାଯାଇଛି। ବିଭିନ୍ନ ସ୍ଲୁଇସ୍‌ ଗେଟ୍‌ ମରାମତି ସହ ସଚଳ କରାଯାଇଛି। ଆବଶ୍ୟକ ପଡିଲେ ଏହା ଖୋଲାଯାଇ ଜଳ ନିଷ୍କାସନ କରାଯିବ। ଏ ନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବିଗତ ବର୍ଷଗୁଡିକରେ ଦେଖାଦେଇଥିବା ସମସ୍ୟାର ପୁନରାବୃତ୍ତି ନ ହେବା ପାଇଁ ବିଭାଗ ସତର୍କ ରହିଥିବା ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (ଏସ୍‌ଇ) ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୨୦୨୨ରେ ନହରବାଡ଼ି ନିକଟ ବିଲୁଆଖାଇ ନଦୀର ଦକ୍ଷିଣପଟ ବନ୍ଧ ଦୁର୍ବଳ କାରଣରୁ ଘଳିଆ ପଡିଥିଲା। ଅନୁରୂପ ଭାବେ ଏହି ବର୍ଷ ରହମ୍ବା, ବମ୍ବିଲୋ, ବାରେଡ଼ିଆ ଓ ସାଳଗଁା, କୋରୁଆ ଆଦି ଗ୍ରାମ ନିକଟ ଦେବୀ ନଦୀର ବାମପାର୍ଶ୍ୱରେ ଘଳିଆ ପଡିଥିଲା। ଏହା ସେତେବେଳେ ଚିନ୍ତାର କାରଣ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦେବୀଦୋଳ ଓ ବିଲିପଡ଼ା ନିକଟ ଦେବୀ ନଦୀର ଅତଡ଼ା ପଥର ପ୍ୟାକିଂ କରାଯାଇଛି। ଦଳେଇଘାଇ ନିକଟ ନଦୀବନ୍ଧ ଉଚ୍ଚ ସାଙ୍ଗକୁ ଦୃଢୀକରଣ ପାଇଁ ଉଦ୍ୟମ ହୋଇଥିବା ଏସ୍‌.ଇ. ନାୟକ କହିଛନ୍ତି। ବାସ୍ତବରେ କିନ୍ତୁ ମହାନଦୀ ଓ ଦେବୀ ନଦୀର ଏକାଧିକ ସ୍ଥାନରେ ବାଲି ଘାଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ପ୍ରତ୍ୟହ ସହସ୍ରାଧିକ ଟ୍ରିପ୍‌ ହାଇୱା, ଟ୍ରକ୍‌, ଟ୍ରାକ୍ଟର ଆଦିରେ ଓଭରଲୋଡ ବାଲି ଚାଲାଣ ଏପରି କି ଚୋରା ଚାଲାଣ ଯୋଗୁ ଅତଡ଼ା ଓ ନଦୀବନ୍ଧ ଦୁର୍ବଳ ହୋଇଯାଇଛି। ସେଥିମଧ୍ୟରୁ ନାଉଗାଁ ବ୍ଲକର ଗଳଧାରୀ, ଏରଡ଼ା ସମେତ ଭଣ୍ଡିସାହି ଆଦି ସ୍ଥାନ ଅନ୍ୟତମ। ବର୍ଷାରେ ଏହି ସ୍ଥାନଗୁଡିକ ଅଧିକ ଖରାପ ହୋଇଯାଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଘାଇ ହୋଇ ବ୍ୟାପକ ଧନ, ଜୀବନ ହାନି ହେବାର ଆଶଙ୍କା ରହିଛି। ତେଣୁ ନଦୀରୁ ବାଲି ଚାଲାଣ ଉପରେ ଅଙ୍କୁଶ ଲଗାଯିବା ଜରୁରି। ଜିଲାପାଳ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବାଲି ଚାଲାଣ ବନ୍ଦ ପାଇଁ ଖଣି ଅଧିକାରୀ, ତହସିଲଦାର ଓ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ , ବନ୍ୟା ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ତଥା ସ୍ବତନ୍ତ୍ର ସଚିବ (ଇଣ୍ଟରନାଲ ଭିଜିଲାନ୍ସ) ଗତ ୧୭ ତାରିଖରେ ବିଭାଗୀୟ ଜଗତ୍‌ସିଂହପୁର ବିଭାଜନର ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଶେଷକରି ୨୦୨୨ରେ ବିପଦ ସୃଷ୍ଟି ହୋଇଥିବା ସ୍ଥାନ ବୁଲି ଦେଖିଥିଲେ। ଏହି ସମୟରେ ନଦୀବନ୍ଧଗୁଡିକ ରାସ୍ତା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ନଦୀ ବନ୍ଧରେ ରାସ୍ତା ହୋଇଗଲେ ଏବଂ ଲୋକେ ଯାତାୟାତ କଲେ ବନ୍ୟା ସମୟରେ ବିପଦ କମିଯିବ। ତେଣୁ ବିଭାଗୀୟ ଏସ୍‌ଇ ବିଲୁଆଖାଇ ନଦୀର ଦକ୍ଷିଣପଟ କେନାଲ ପାର୍ଶ୍ୱରେ ସୁରକ୍ଷା କାନ୍ଥ କରିବା ପାଇଁ କଟକ ପୂର୍ତ୍ତ ବିଭାଗ ଏସ୍‌ଇଙ୍କ ସହଯୋଗ ଲୋଡିବାକୁ ପରାମର୍ଶ ଦେଇଥିଲେ। ଏଥିସହ ନଦୀବନ୍ଧ ପାର୍ଶ୍ୱ ବିପଦପୂର୍ଣ୍ଣ ସ୍ଥାନରେ ଯେପରି ବଣ ହୋଇ ନ ରୁହେ, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri