ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୨୩ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଶନିବାର ରାତି ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍‌ ଖୋଲାଯାଇଛି। ଏହି ଡ୍ୟାମର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ ଡ୍ୟାମର ଜଳସ୍ତର ୧୨୧.୫୫ ମିଟରରେ ପହଞ୍ଚିଥିଲା।
ରବିବାର ରେଙ୍ଗାଳି ଡ୍ୟାମ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନାରୁ ଜଣାଯାଏ, ୭ ନମ୍ବର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ରବିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୨୧.୭୬ ମିଟର ରହିଛି। ଡ୍ୟାମ୍‌ ଭିତରକୁ ଉପର ମୁଣ୍ଡରୁ ପ୍ରତି ସେକେଣ୍ଡରେ ୩୦୩୭.୦୮ ଘନମିଟର ଜଳ ପ୍ରବେଶ କରୁଛି। ଖୋଲାଯାଇଥିବା ଗେଟ୍‌ ଓ ବିଦ୍ୟୁତ ଉତ୍ପାଦନକୁ ନେଇ ପ୍ରତି ସେକେଣ୍ଡରେ୧୨୧୪.୭୨ଘନମିଟର ଜଳ ନିଷ୍କାସିତ ହେଉଛି।

Share