୧୮ରେ ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୬ା୭(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାର ଖୋଲିବ। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ଶନିବାର ଜଳଭଣ୍ଡାର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏ ନେଇ ଶନିବାର ସମ୍ବଲପୁର ସମେତ ତଳମୁଣ୍ଡରେ ଥିବା ୧୨ଟି ଜିଲାର ଜିଲାପାଳ ଓ ଏସ୍‌ପିଙ୍କୁ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି। ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି।

Share