ଶାସନକୁ ଆସିବା ପରେ ରାଜ୍ୟ ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ, ଜାଣନ୍ତୁ କେବେ ବସିବ…

ଭୁବନେଶ୍ୱର,୮।୭: ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ ତାରିଖରେ ବସିବ। ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ। ଶାସନକୁ ଆସିବା ପରେ ଏହା ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ। ଏହି ଦୁଇ ଦିନିଆ ବୈଠକ ପୁରୀରେ ବସିପାରେ। ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାତିତ ହେବ ବୋଲି ଜଣାପଡ଼ିଛି।