ଇସ୍‌ଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଇମ୍ରାନ ସରକାର ଦେବେ ୧୦କୋଟି ଟଙ୍କା

ଇସ୍‌ଲାମାବାଦ,୨୪।୬: ପାକିସ୍ତାନର ଇସ୍‌ଲାମାବାଦରେ ପ୍ରଥମ ଥର ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୦କୋଟି ଟଙ୍କାରେ ତିଆରି ହେବାକୁ ଥିବା କୃଷ୍ଣଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ମାନବ ଅଧିକାରର ସଂସଦୀୟ ସଚିବ ଲାଲ ଚନ୍ଦ ମଲ୍‌ହି ଭୂମି ପୂଜା କରିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଏଚ୍‌-୯ ଅଞ୍ଚଳରେ ପ୍ରାୟ ୨୦ହଜାର ବର୍ଗ ଫୁଟ୍‌ରେ ଏହି କୃଷ୍ଣ ମନ୍ଦିର ତିଆରି କରାଯିବ। ଆଉ ଏହାର ନିର୍ମାଣ ପାଇଁ ସମସ୍ତ ଅର୍ଥ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବହନ କରିବେ ବୋଲି ସୂଚନା ମିଳିଛି। ଗତ ୨ ଦଶନ୍ଧି ଧରି ଇସ୍‌ଲାମାବାଦରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେଠାରେ ମନ୍ଦିରର ଆବଶ୍ୟକତା ଅନୁଭବ କରାଯିବା ପରେ କୃଷ୍ଣ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share