Posted inଫୁରସତ

ପେଟ୍ରୋଲ ପମ୍ପରୁ ହୋଇଥିଲା ପ୍ରଥମ ରୋଜଗାର

ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ପଞ୍ଚମ ସନ୍ତାନର ଜୀବନ କେତେ ଦୁର୍ବିଷହ ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ବୁଝିପାରିବ। ସେତେବେଳେ ବାବାଙ୍କ ଅବସରକାଳୀନ ଭତ୍ତା ହିଁ ଥିଲା ଆମ ପରିବାରର ମୁଖ୍ୟ ଆୟ। ଅବଶ୍ୟ ଅନେକ ଜମିଜମା ଥିଲା, କିନ୍ତୁ ପୁରୁଣା ଚାଷରୁ ଅମଳ ହେଉଥିବା ଧାନକୁ ବିକ୍ରିକରି ପୁଣି ନୂଆ ଚାଷ କରାଯାଉଥିଲା। ମୋଟାମୋଟି କହିବାକୁ ଗଲେ, ନା ଲାଭ ନା କ୍ଷତିରେ ଚାଲୁଥିଲା ଆମର ଚାଷ ବ୍ୟବସାୟ। ଯଦି କେଉଁ ବର୍ଷ ଅଦିନିଆ ବର୍ଷା ବା ମରୁଡ଼ି ହେଲା ତ ସବୁ ଶେଷ। ଏମିତି ଏକ ଅନିଶ୍ଚିତତା ମଧ୍ୟରେ ମୋର ପିଲାଦିନ କଟିଥିଲା। କଲେଜ ମାଡୁ ମାଡୁ ଜାଣି ଯାଇଥିଲୁ କି ଜୀବନରେ ନିଜକୁ ନିଜେ ମଣିଷ ହେବାକୁ ପଡ଼ିବ। ଚାରି ଭାଇ ମଧ୍ୟରୁ ସେତେବେଳେ କେହି ଜଣେ ବି ଚାକିରି କରି ନ ଥାନ୍ତି। ମଝିଆଁ ଭାଇ ପ୍ରାଇଭେଟ କଲେଜରେ ଅଧ୍ୟାପକ ତାହା ପୁଣି ନାମକୁ ମାତ୍ର ଦରମାରେ। ସାନ ମଝିଆ ଭାଇ (ମୋ ଉପର ଭାଇ) ଭୁବନେଶ୍ୱରରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥାନ୍ତି। ବିନା କିଛି ଆର୍ଥିକ ସାହାଯ୍ୟରେ ଭାଇ ପରୀକ୍ଷା ପାଇଁ ଚେଷ୍ଟା କରୁଥାନ୍ତି। ଏସବୁ ଦେଖି ମୋର କିଛି ମାତ୍ରାରେ ହୃଦୟଙ୍ଗମ ହୋଇଯାଇଥିଲା ଯେ ପାଠପଢ଼ା ସରିଲେ ମୋତେ ମଧ୍ୟ ଚାକିରି ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ପୋଷ୍ଟ ଗ୍ରାଜୁଏଶନ ପରୀକ୍ଷା ସରିଯାଇଥାଏ। କିଛିଦିନ ପାଠପଢ଼ାରେ ଶିଥିଳ ହୋଇଯାଇଥିଲି। ପ୍ରାୟ ସମୟ କ୍ରିକେଟ ଖେଳରେ ଆଉ ବଜାରରେ ଖଟି କରୁ କରୁ ବିତୁଥିଲା। ହଠାତ ଦିନେ ସାନ ମଝିଆ ଭାଇ କହିଲେ, କେତେଦିନ ଏମିତି ବାଳୁଙ୍ଗା ହୋଇ ବୁଲୁଥିବୁ। ଏଇ ଖେଳ ଆଉ ସାଙ୍ଗ ସହ ଖଟିରେ ପେଟ ପୂରେନି। ସରକାରୀ ଚାକିରିଟିଏ କଲେ ନିଜେ ଭଲରେ ରହିବା ସହ ଘରର ସମସ୍ତେ ଖୁସିରେ ରହିବେ। ଆଉ ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ ଓ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିବ। ପାରିବୁ ତ? ଜୀବନରେ ଯଦି କିଛି ଗୋଟେ ବଡ଼ କରି ଦେଖେଇବାର ଅଛି, ମଣିଷ ହେବାର ଇଚ୍ଛା ଅଛି, ତେବେ ମୋ ସହ ଭୁବନେଶ୍ୱର ଚାଲ। ଭାଇଙ୍କର ସେଇ ପଦୁଟିଏ କଥା ମୋ ମନରେ ସରକାରୀ ଚାକିରି କରିବା ପାଇଁ ଜୋସ୍‌ ଭରିଦେଲା। ତାଙ୍କ କଥା ମାନି ଭୁବନେଶ୍ୱରରେ ପାଦଦେବା ପରେ ତାଙ୍କର ଦୟନୀୟ ଆର୍ଥିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଭାଇ ସେତେବେଳେ ଟ୍ୟୁଶନ କରି ଘରଭଡା ଦେବା ସହ ନିଜର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ। ମୁଁ ଆସି ତାଙ୍କ ଉପରେ ଆଉ ଗୋଟେ ବୋଝ ହୋଇଗଲି। ସେତେବେଳେ ସଙ୍ଗେସଙ୍ଗେ ଟ୍ୟୁଶନ ମିଳିବା ସହଜ ନ ଥିଲା। ତେଣୁ କିଛି ନା କିଛି କାମ କରିବା ନିହାତି ଜରୁରୀ ହୋଇପଡିଲା। ଦିନେ ଭାଇଙ୍କର ଜଣେ ସାଙ୍ଗ ଭାଇଙ୍କୁ ପଚାରିଲେ, ରାଜୁ ତୋ ସାନଭାଇ ତ କମର୍ସରେ ପୋଷ୍ଟ ଗ୍ରାଜୁଏଟ, ତୃପ୍ତି ପେଟ୍ରୋଲ ପମ୍ପରେ ମ୍ୟାନେଜର ଦରକାର ଅଛି କହିଲେ ତାକୁ ରଖିଦେବି। ମ୍ୟାନେଜର ପୋଷ୍ଟ କଥା ଶୁଣି ଭାଇ ରାଜି ହୋଇଗଲେ। ତହିଁ ପରଦିନ ମୁଁ ତୃପ୍ତି ପେଟ୍ରୋଲ ପମ୍ପରେ ପହଞ୍ଚତ୍ଗଲି। କିନ୍ତୁ ତୃପ୍ତି ପେଟ୍ରୋଲ ପମ୍ପରେ ମ୍ୟାନେଜର ପୋଷ୍ଟ ନୁହେଁ; ବରଂ ଚାରି ଚକିଆ ଗାଡ଼ିରେ ପେଟ୍ରୋଲ ଭରିବା ପାଇଁ ଲୋକର ଦରକାର ଥିଲା। ତାହା ବି ପୁଣି ଦୈନିକ ଚୁକ୍ତି ଭିତ୍ତିରେ। ବିରସ ମନରେ ଫେରିଆସିବା ପାଇଁ ଚିନ୍ତା କରୁଥିଲି। କିନ୍ତୁ ଭାଇଙ୍କର ସେତେବେଳର ଆର୍ଥିକ ପରିସ୍ଥିତିର ଚିତ୍ର ମୋ ଆଖି ଆଗରେ ନାଚି ଉଠିଲା। ଜୀବନରେ ଅନେକ ନିଷ୍ପତ୍ତି ଅଚାନକ ନେବାକୁ ପଡ଼େ। ଭୁଲ୍‌ ଠିକ୍‌ କିଛି ଆଗପଛ ନ ଭାବି ହାତ ପାଆନ୍ତାରେ ମିଳୁଥିବା କାମଟି କରିବା ପାଇଁ ରାଜି ହୋଇଗଲି। ସେଦିନ ପେଟ୍ରୋଲ ପମ୍ପରେ ଦିନସାରା ଛିଡା ହୋଇ ପେଟ୍ରୋଲ ଭରିବା ପରେ ରାତି ଦଶଟାରେ ମୋତେ ମିଳିଥିଲା କୋଡ଼ିଏ ଟଙ୍କା; ମୋ ଜୀବନର ପ୍ରଥମ ରୋଜଗାର। ଦୁଇଟି ଦଶ ଟଙ୍କିଆ ନୋଟ୍‌କୁ ହାତରେ ଧରୁଧରୁ ଆଖିରେ ଆଖିଏ ଲୁହ ଜମାଟ ବାନ୍ଧି ସାରିଥାଏ। ସେହି ମୁହୂର୍ତ୍ତରେ ମନ ଭିତରେ ଯେଉଁ ଅନନ୍ୟ ସୁଖାନୁଭୂତି ଅନୁଭବ କରିଥିଲି ତାହା କେବେ ଏ ଜୀବନରେ ଭୁଲି ପାରିବି ନାହିଁ। ରାତିରେ ଘରେ ପହଞ୍ଚତ୍ ଭାଇଙ୍କ ହାତରେ ଦଶଟଙ୍କିଆ ନୋଟ୍‌ ଦୁଇଟି ଧରାଇ ଦେଇ ପେଟ୍ରୋଲ ପମ୍ପର ଚାକିରି ବିଷୟରେ ସବୁ ସତସତ କହିଦେଲି। ନୋଟ୍‌ ଦୁଇଟି ଧରି ଭାଇ ମୋ ମୁହଁକୁ ସ୍ତବ୍ଧ ହୋଇ ଅନେଇଥାନ୍ତି। ଛାତି ଭିତରେ କୁହୁଳି ଉଠୁଥିବା କୋହ ସବୁ ଆଖିରେ ତାଙ୍କର ଲୁହ ରୂପେ ଜମାଟ ବାନ୍ଧିସାରିଥାଏ। କିଛି ସମୟର ନୀରବତା ପରେ ମୋ ମୁଣ୍ଡରେ ହାତ ରଖି କହିଲେ ଜୀବନର ପ୍ରଥମ ପରୀକ୍ଷାରେ ତୁ ପାସ୍‌ ହୋଇଗଲୁ। ତୋର ବି ସମୟ ଆସିବ, ଦେଖିବୁ ତୁ ଦିନେ ଏଇ ରାଜଧାନୀର ରାଜରାସ୍ତାରେ ଚାରି ଚକିଆ ଧରି ବୁଲିବୁ। ଭାଇଙ୍କର ଆଶୀର୍ବାଦରୁ ସେଦିନର ଭବିଷ୍ୟତବାଣୀ ଆଜି ସତ ହୋଇଛି। ପେଟ୍ରୋଲ ପମ୍ପରୁ ଆରମ୍ଭ ହୋଇଥିବା ସେଇ ଚାକିରି ଆଜି ଓଡ଼ିଶା ରାଜ୍ୟ ମୁଖ୍ୟ ବିଭାଗୀୟ ଦପ୍ତର ଉପବିଭାଗ ଅଧିକାରୀ ପଦବୀରେ ପହଞ୍ଚତ୍ ପାରିଛି। ଆଜି ବି ଏକା ସଙ୍ଗେ ଦୁଇଟି ଦଶ ଟଙ୍କିଆ ନୋଟ୍‌ ଦେଖିଲେ ପ୍ରଥମ ରୋଜଗାରର ଶିହରଣ ମୋ ତାଳରୁ ତଳିପା ଯାଏ ଖେଳିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା

ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ...

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri