Posted inଫୁରସତ

ପ୍ରଥମ ରୋଜଗାରରେ ମିଳିଥିଲା ୨୫ ଟଙ୍କାର ଚେକ୍‌: ପରେ ତାକୁ ନେଇ…

ଏକ କୁଳୀନ ବ୍ରାହ୍ମଣ ପରିବାରର ମୁଁ ଥିଲି ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଷଷ୍ଠ ସନ୍ତାନ। ମୋ ଉପରେ ଦୁଇ ଭାଇ ଓ ତିନି ଭଉଣୀ ବଡ଼ ଥିଲେ। ହାଇସ୍କୁଲ ଶିକ୍ଷା ଶେଷ ହେବାପରେ ଆନନ୍ଦପୁର କଲେଜରେ ପାଠପଢ଼ି ପରେ ରେଭେନ୍ସା କଲେଜରେ ଓଡ଼ିଆ ଭାଷା ସାହିତ୍ୟରେ ଉପାଧ୍ୟ୍ୟୁତ୍ତର ଶିକ୍ଷାଲାଭ କରୁଥାଏ। ପ୍ରତ୍ୟେକ ମାସ ଘରୁ ଅଶୀ ହେଉ କି ଶହେ ଟଙ୍କା ଭାଇ ପଠାନ୍ତି। ବେଳେବେଳେ ଟଙ୍କା ନ ଥିଲେ ନ୍ୟୁ ପିଜି ହଷ୍ଟେଲର ମ୍ୟାନେଜର ବିଶ୍ୱନାଥ କର ମତେ ବିନା ଅର୍ଥରେ ଖାଇବାକୁ ଦେଇଥାନ୍ତି। ସେ ସମୟରେ କବିତା ଲେଖିବାର ଝୁଙ୍କ ମୋ ଭିତରେ ଖୁବ୍‌ ଥିଲା। ଥରେ ଯୁବବାଣୀରେ କବିତାଟିଏ ଲେଖି ଆବୃତ୍ତି କରିଥିଲି; ଯେଉଁଥିପାଇଁ ୨୫ ଟଙ୍କାର ଏକ ଚେକ୍‌ ମିଳିଥିଲା। ଏକଥା ମୋ ସାଙ୍ଗସାଥୀ ଓ ଘରଲୋକ ଜାଣିବା ପରେ ଖୁବ୍‌ ଖୁସି ହୋଇଯାଇଥିଲେ। ପଇସା ଅଭାବ ଯୋଗୁ ବହୁତ ଦିନରୁ ବହି କିଣିପାରୁ ନ ଥିଲି। ତେଣୁ ଏହି ଟଙ୍କାରେ ପ୍ରଥମେ କଲେଜ ଛକରେ ଥିବା ହାଫ୍‌ ରେଟ୍‌ ବହି ଦୋକାନରୁ କେତୋଟି ଆବଶ୍ୟକୀୟ ବହି କିଣିଥିଲି। ତା’ପରେ କଲେଜ ଗେଟ୍‌ ପାଖରେ ଥିବା ଚାଟ୍‌ ଦୋକାନରୁ ପ୍ଲେଟ୍‌ ପିଛା ୨୫ ପଇସା ଦେଇ ଆମେ ତିନି ବନ୍ଧୁ ୭୫ ପଇସାର ଚାଟ୍‌ ଖାଇଥିଲୁ। ଏସବୁ କଥା ପୋଷ୍ଟ କାର୍ଡରେ ଲେଖି ଘରଲୋକଙ୍କୁ ଜଣାଇଥିଲି। ଘରଲୋକେ ରେଡିଓରୁ ମୋ କବିତା ଶୁଣି ଭାରି ଖୁସି ହୋଇଥିଲେ। ବାପା କାଳେ କାନ୍ଦି ପକାଇଥିଲେ। କେବଳ ସେତିକି ନୁହେଁ, ମୋ ବାପା ଓ ନନା ଆନନ୍ଦପୁର ଅଞ୍ଚଳର ସମସ୍ତ ପରିଚିତ ବ୍ୟକ୍ତିଙ୍କୁ ମୋ ରେଡିଓ ପ୍ରୋଗ୍ରାମ ସମ୍ପର୍କରେ ସୂଚନା ଦେଇ, ମୋ ପ୍ରତି ସେମାନଙ୍କ ମତ ଓ ମନ୍ତବ୍ୟ ସବୁକୁ ଚିଠି ମାଧ୍ୟମରେ ଲେଖି ମୋତେ ଜଣାଇଥିଲେ। ସେତେବେଳର ପୋଲିସ ଡିଜି ଶ୍ୟାମସୁନ୍ଦର ପାଢ଼ୀ କଟକ ଆକାଶବାଣୀରୁ ମୋ କବିତା ଶୁଣି ଖୁବ୍‌ ଖୁସି ହୋଇ ତାଙ୍କର ଏକ ଇଂଲିଶ କବିତା ସଂକଳନ ‘ରିପଲ୍ସ’ ମତେ ଉପହାର ସ୍ବରୂପ ଦେଇଥିଲେ। ତା’ସହିତ ମୋତେ ଅନେକ ଉତ୍ସାହପୂର୍ଣ୍ଣ ଚିଠି ଦେଇଥିଲେ; ଯାହା ଏବେ ମଧ୍ୟ ମୋ ପାଖରେ ଅଛି। ସେଥର ଛୁଟିରେ ଆସିବା ପରେ ବାପା ଖୁବ୍‌ ପ୍ରେରଣା ଦେଇଥିଲେ। ଏବେ ବି ସେ କଥା ମନେପଡ଼ିଲେ ସେଇ ଅତୀତ ହିଁ ମୋ ଉପରେ ସବାର ହୋଇ ମତେ ମୋ ଛାତ୍ର ଜୀବନକୁ, ସେଇ କଲେଜ ଛକକୁ ନେଇଯାଏ। ଏବେ ତ ଅଧ୍ୟାପନାରୁ ଅବସର ଗ୍ରହଣ କରିସାରିଛି ହେଲେ ଯୁବକ ବେଳର ସେହି ସ୍ମୃତି ଏବେ ବି ମତେ ବେଦମ କରିଦିଏ।
ମୋର ଲେଖକୀୟ ଜୀବନ ପିଲାଟିବେଳୁ ଥିଲେ ହେଁ ବିଧିବଦ୍ଧ ଭାବେ ମୋର ପ୍ରଥମ ପୁସ୍ତକ ”କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଲାବଣ୍ୟବତୀ“ ୧୯୯୨ ମସିହାରେ କଟକର ନାଳନ୍ଦା ପବ୍ଲିଶର୍ସ ପ୍ରକାଶ କରିଥିଲା। ମୁଁ ଲେଖିଥିବା ପୁସ୍ତକ ମଧ୍ୟରେ ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ, ସାହିତି୍ୟକ ଭିତ୍ତିଭୂମି : ଧରା ଓ ଧାରା, କବି ଦୀନକୃଷ୍ଣ ଓ ରସକଲ୍ଲୋଳ, କବି ଅଭିମନ୍ୟୁ ଓ ବିଦଗ୍ଧ ଚିନ୍ତାମଣି, କବି ଗଙ୍ଗାଧର ଓ ପ୍ରଣୟ ବଲ୍ଲରୀ ତଥା ସାହିତ୍ୟର ଗଠନ ରୀତି ସହିତ କବିବର ରାଧାନାଥଙ୍କ ଦରବାର ଓ ଉଷା ଖଣ୍ଡକାବ୍ୟକୁ ମୂଳ ଲେଖା ସହିତ ସମ୍ପାଦନା କରିଛି। ଏତଦ୍‌ବ୍ୟତୀତ ‘ଯେତେ ଦୂରେ ଥାଅ ପଛେ’ ଓ ‘ସବା ବଡ଼ଭାଇ’ ନାମରେ ଦୁଇଟି କବିତା ସଂକଳନ ପ୍ରକାଶ ପାଇଛି। ୧୯୭୫ ମସିହାରେ ସ୍ବର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜାତୀୟ ଜରୁରୀ ପରିସ୍ଥିତି ସମୟରେ ଏଗାର ମାସ ଜେଲ ଜୀବନକୁ ନେଇ ମୁଁ ମୋର ଆତ୍ମଜୀବନୀ ରଚନାରେ ଏବେ ପ୍ରବୃତ୍ତ ଅଛି l


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri