ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ନାଏବ ସିଂ ସନିଙ୍କ ଆସନ ପରିବର୍ତ୍ତନ କରାଯାଇଛି। ସେ ଲାଡଓ୍ବା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବର୍ତ୍ତମାନ ସେ କର୍ଣ୍ଣାଲ ଆସନରେ ବିଧାୟକ ଅଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜୟ ଅମ୍ବାଲା କ୍ୟାଣ୍ଟରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେଶକ୍ତି ରାନୀ ଶର୍ମାଙ୍କୁ କାଲ୍‌କା, ପଞ୍ଚକୁଲାରୁ ଜ୍ଞାନଚନ୍ଦ୍ର ଗୁପ୍ତା, ଅମ୍ବାଲା ସହରରୁ ଆସିଲ ଗୋୟଲ, ସନ୍ତୋଷ ସରଓ୍ବନଙ୍କୁ ମୁଲାନା , ସାଧୁରାରୁ ବଲଓ୍ବନ୍ତ ସିଂ ନିର୍ବାଚନ ଲଢ଼ିବେ।
ସେହିପରି ଜଗଧାରୀରୁ କନଓ୍ବର ପାଲ ଗୁର୍‌ଜାର, ଯମୁନାନଗରରୁ ଧନଶ୍ୟାମ ଦାସ ଆରୋରା, ରାଦୌରରୁ ଶ୍ୟାମ ସିଂ ରାଣା, ଶାହାବାଦରୁ ସୁଭାଷ କଲସାନା ପ୍ରମୁଖ ନିର୍ବାଚନ ଲଢ଼ିବେ।

ଥାନେସର ସୁଭାଷ ସୁଧା, ପେହୋଭାରୁ ସର୍ଦ୍ଦାର କମଲଜିତ ସିଂ ,ଗୁହଲାରୁ କୁଲଓ୍ବନ୍ତ ବାଜିଗର, କଲାୟତରୁ କମଲେଶ ଧଣ୍ଡା, କୌଥଲରୁ ଲୀଲା ରାମ ଗୁର୍ଜର, ନୀଳଖେରୀରୁ ଭଗବାନ ଦାସ,ଇନ୍ଦ୍ରିରୁ ରାମ କୁମାର କାଶ୍ୟପଙ୍କ ସମେତ ମୋଟ୍‌ ୬୭ ଜଣ ନିର୍ବାଚନ ଲଢ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଉପକୂଳରେ ବୁଡ଼ିଲା ବୋଟ୍: ୪୦ ନିଖୋଜ

ମୁମ୍ବାଇ,୧୮ା୧୨: ପ୍ରାୟ ୫୬ ଜଣଙ୍କୁ ନେଇ ଯାଉଥିବା ଏକ ବୋଟ୍ ମୁମ୍ବାଇର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ନିକଟରେ ବୁଡ଼ିଯାଇଛି। ଏଥିରେ ଜଣେ ମୃତ୍ୟୁ ବରଣ...

‘ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’

ନୂଆଦିଲ୍ଲୀ,୧୮ା୧୨: କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କଂଗ୍ରେସକୁ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ କହିଛନ୍ତି ଶାହା। ନେହରୁ ଓ...

ନଡ଼ିଆ ତେଲ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଉପକୃତ ହେବେ ସାଧାରଣ ଲୋକ

ନୂଆଦିଲ୍ଲୀ,୧୮ା୧୨: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନଡ଼ିଆ ତେଲକୁ ମହଙ୍ଗା ହେବାରୁ ଅଟକାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ...

ସଂସଦରେ ସରକାର ବିରୋଧୀ ମୁହାଁମୁହିଁ, ଏପଟେ ରାହୁଲଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୮।୧୨: ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ନେତା ତଥା କଂଗ୍ରେସ...

ଚାଇନାର ଚାଲ ଉପରେ ଭାରି ପଡିବ ଭାରତ-ଶ୍ରୀଲଙ୍କା ବନ୍ଧୁତ୍ୱ? ରାଷ୍ଟ୍ରପତି ଦିସାନାୟକେ ଦେଲେ ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୮।୧୨: ପୌରାଣିକ କାହାଣୀ ରାମାୟଣକୁ ଛାଡି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ଅନେକ ଶହ ବର୍ଷ ପୁରୁଣା । ତୃତୀୟ ଶତାବ୍ଦୀରେ ଭାରତରୁ ବୌଦ୍ଧ...

ଏକ ରାଷ୍ଟ୍ର ଏକ ନିର୍ବାଚନ: ପ୍ରିୟଙ୍କାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ଲୋକ ସଭାରେ ଏକ ରାଷ୍ଟ୍ର ଏକ ନିର୍ବାଚନ ପାଇଁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ ଆଗତ...

ମୋ ପାଖରେ ରହିଛି କଂଗ୍ରେସର ପାପର ତାଲିକା: ମୋଦି

ନୂଆଦିଲ୍ଲୀ,୧୮।୧୨: ବିଆର ଆମ୍ବେଦକରଙ୍କ ଉପରେ ମନ୍ତବ୍ୟକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ବୁଧବାର...

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ, ଅର୍ଥମନ୍ତ୍ରୀ ଦେଲେ ବିସ୍ଫୋରକ ତଥ୍ୟ

ନୂଆଦିଲ୍ଲୀ,୧୮।୧୨: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri