Advertisement

ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ନାଏବ ସିଂ ସନିଙ୍କ ଆସନ ପରିବର୍ତ୍ତନ କରାଯାଇଛି। ସେ ଲାଡଓ୍ବା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବର୍ତ୍ତମାନ ସେ କର୍ଣ୍ଣାଲ ଆସନରେ ବିଧାୟକ ଅଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜୟ ଅମ୍ବାଲା କ୍ୟାଣ୍ଟରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେଶକ୍ତି ରାନୀ ଶର୍ମାଙ୍କୁ କାଲ୍‌କା, ପଞ୍ଚକୁଲାରୁ ଜ୍ଞାନଚନ୍ଦ୍ର ଗୁପ୍ତା, ଅମ୍ବାଲା ସହରରୁ ଆସିଲ ଗୋୟଲ, ସନ୍ତୋଷ ସରଓ୍ବନଙ୍କୁ ମୁଲାନା , ସାଧୁରାରୁ ବଲଓ୍ବନ୍ତ ସିଂ ନିର୍ବାଚନ ଲଢ଼ିବେ।
ସେହିପରି ଜଗଧାରୀରୁ କନଓ୍ବର ପାଲ ଗୁର୍‌ଜାର, ଯମୁନାନଗରରୁ ଧନଶ୍ୟାମ ଦାସ ଆରୋରା, ରାଦୌରରୁ ଶ୍ୟାମ ସିଂ ରାଣା, ଶାହାବାଦରୁ ସୁଭାଷ କଲସାନା ପ୍ରମୁଖ ନିର୍ବାଚନ ଲଢ଼ିବେ।

ଥାନେସର ସୁଭାଷ ସୁଧା, ପେହୋଭାରୁ ସର୍ଦ୍ଦାର କମଲଜିତ ସିଂ ,ଗୁହଲାରୁ କୁଲଓ୍ବନ୍ତ ବାଜିଗର, କଲାୟତରୁ କମଲେଶ ଧଣ୍ଡା, କୌଥଲରୁ ଲୀଲା ରାମ ଗୁର୍ଜର, ନୀଳଖେରୀରୁ ଭଗବାନ ଦାସ,ଇନ୍ଦ୍ରିରୁ ରାମ କୁମାର କାଶ୍ୟପଙ୍କ ସମେତ ମୋଟ୍‌ ୬୭ ଜଣ ନିର୍ବାଚନ ଲଢ଼ିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share