ଆଜି ଏସ୍‌ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)। ଦୀର୍ଘ ୧୪ ବର୍ଷ ଅପେକ୍ଷାର ଅନ୍ତ ହେବ। ପ୍ରଥମଥର ପାଇଁ ବୁଧବାର ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ କରାଯିବ। ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ହାଇଦ୍ରାବାଦସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି (ଏଆଇଜି)ର ଏକ ଟିମ୍‌ ଆସି ମଙ୍ଗଳବାର ଏସ୍‌ସିବି ମେଡିିକାଲରେ ପହଞ୍ଚିଛି। ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌, ଉପସଭାପତି ସନ୍ତୋଷ କୁମାର ସାହୁ ହେପାଟୋଲୋଜି ବିଭାଗରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇସିୟୁ, ମଡ୍ୟୁଲାର ଓଟି ଏବଂ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଯେଉଁ୍‌ସବୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ତାହା ଦେଖି ଏଆଇଜି ଟିମ୍‌ ସନ୍ତୋଷ ବ୍ୟକ୍ତ କରିଛି। ବୁଧବାର କଟକ ଜିଲାର ଜଣେ ରୋଗୀଙ୍କର ଲିଭର ପ୍ରତିରୋପଣ କରାଯିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏସ୍‌ସିବିରେ ଲିଭର ପ୍ରତିରୋପଣ କରାଯିବା ନେଇ ଦୀର୍ଘ ୧୪ ବର୍ଷ ହେଲା ଯୋଜନା ଓ ପ୍ରକ୍ରିୟା ଜାରି ରହିଥିଲା। ଏ ନେଇ ଗତ ଜାନୁଆରୀ ୫ରେ ଏସ୍‌ସିବି ମେଡିିକାଲକୁ ଏଆଇଜି ଟିମ୍‌ ଆସିଥିଲା। ୭ଜଣ ରୋଗୀଙ୍କ ସ୍କ୍ରିନିଂ କରିବା ସହ ଲିଭର ପ୍ରତିରୋପଣ ପାଇଁ ଆବଶ୍ୟକ ଥିବା ଉକ୍ତ ଟିମ୍‌ ସୂଚାଇଥିଲା। ଏପରିକି ଗ୍ରହୀତା-ଦାତାଙ୍କ ସହିତ ବି ଆଲୋଚନା କରିଥିଲା। ଯେଉଁ ରୋଗୀମାନଙ୍କୁ ସ୍କ୍ରିନିଂ କରାଯାଇଥିଲା, ପ୍ରାୟତଃ ସମସ୍ତ ରୋଗୀ ଲିଭର ପ୍ରତିରୋପଣ ପାଇଁ ଯୋଗ୍ୟ ଥିବା ଉକ୍ତ ଟିମ୍‌ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା। ଏସ୍‌ସିବି ମେଡିକାଲର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡା. ପ୍ରସେନ୍‌ଜିତ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, ଲିଭର ପ୍ରତିରୋପଣ ବିଭାଗର ନୋଡାଲ ଅଫିସର ରାଜେଶ କୁମାର ଦୋରା, ପ୍ରଫେସର ଡା. ପ୍ରତିମା ସାହୁ, ପ୍ରଫେସର ଡାକ୍ତର ପ୍ରମୋଦ ପଲେଇ, ପ୍ରଫେସର ଡା. ପ୍ରଭାକର ମିଶ୍ର, ପ୍ରଫେସର ଡା. ଧରିତ୍ରୀ ମହାପାତ୍ର, ପ୍ରଫେସର ଡା. ସୁଶାନ୍ତ କୁମାର ଜେନା, ପ୍ରଫେସର ଡା. ପ୍ରତିମା ସାହୁଙ୍କ ସମେତ ୧୭ଟି ବିଭାଗର ଡାକ୍ତରଙ୍କୁ ନେଇ ଲିଭର ପ୍ରତିରୋପଣ ବ୍ୟବସ୍ଥାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri