ଇସ୍ରାଏଲରୁ ୨୩୦ ଭାରତୀୟଙ୍କୁ ନେଇ ଭାରତ ଫେରିବ ବିମାନ, ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଜେରୁଜେଲମ,୧୨।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେଠାରେ ଫସିରହିଥିବା ଭାରତୀୟଙ୍କୁ ନେଇ ପ୍ରଥମ ଚାର୍ଟର ବିମାନ ଗୁରୁବାର ରାତିରେ ବେନ ଗୁରିୟନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରିବ। ସୂଚନାନୁସାରେ, ପ୍ରଥମ ସେବା ଭିତ୍ତିରେ ଏହି ବିମାନ ଗୁରୁବାର ରାତି ୯ଟାରେ ୨୩୦ଜଣ ଭାରତୀୟଙ୍କୁ ନେଇ ଇସ୍ରାଏଲରୁ ବାହାରିବ। ଏହି ଯାତ୍ରାର ସମ୍ପୂର୍ଣ୍ଣ ଖର୍ଚ୍ଚ ଭାରତ ସରକାର ବହନ କରିବେ।

ଅପରେଶନ ଅଜୟ ଅଧୀନରେ, ଏହି ବିମାନର ବ୍ୟବସ୍ଥା ସେହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କରାଯାଇଛି ଯେଉଁମାନେ ଇସ୍ରାଏଲରୁ ଭାରତକୁ ଫେରିବାକୁ ଚାହୁଁଛନ୍ତି କିନ୍ତୁ ବିମାନ ସେବା ଉପଲବ୍ଧ ନ ଥିବାରୁ ସେମାନେ ଫେରିପାରୁ ନାହାଁନ୍ତି। ସୂଚନାଯୋଗ୍ୟ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଅକ୍ଟୋବର ୭ରେ ଏୟାର ଇଣ୍ଡିଆ ଏହାର ବିମାନ ସେବାକୁ ସ୍ଥଗିତ ରଖିଥିଲା। ଏହି ସେବାଗୁଡିକ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

Share