ଭାରତ ଚଳିତବର୍ଷ ୭୫ ତମ ପୂର୍ତ୍ତି ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିଥର ପରି ଏଥର ଆମ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ଗର୍ବର ସହିତ ଉତ୍ତୋଳନ କରାଯିବ। ତ୍ରିରଙ୍ଗାର ବର୍ତ୍ତମାନର ଯେଉଁ ରୂପ ରଙ୍ଗ ଦେଖୁଛନ୍ତି ତାହା ପ୍ରଥମ ନୁହେଁ, ଏହା ଜାତୀୟ ପତାକା ଆକାରରେ ଷଷ୍ଠ ରୂପ। ତେବେ ଏହା କେମିତି ଏବଂ କେବେ ବଦଳିଥିଲା ଜାଣନ୍ତୁ ସେ ସମ୍ପର୍କରେ…
ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ରର ନିଜସ୍ବ ପତାକା ରହିଛି। ୨୨ ଜୁଲାଇ ୧୯୪୭ରେ ଅନୁଷ୍ଠିତ ଭାରତର ବିଧାନସଭା ବୈଠକରେ ଏହି ତ୍ରିରଙ୍ଗାକୁ ଗ୍ରହଣ କରାଯାଇଥିଲା। ବ୍ରିଟିଶମାନଙ୍କଠାରୁ ଦେଶର ସ୍ବାଧୀନତାର କିଛିଦିନ ପୂର୍ବରୁ ଏହି ବୈଠକ ହୋଇଥିଲା। ପରିଶେଷରେ ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ସ୍ବାଧୀନ ହୋଇଥିଲା। ଏହି ତ୍ରିରଙ୍ଗାକୁ ୧୫ ଅଗଷ୍ଟ ୧୯୪୭ରୁ ୨୬ ଜାନୁୟାରୀ ୧୯୫୦ ମଧ୍ୟରେ ଭାରତର ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା।
ସ୍ବାଧୀନତା ପାଇଁ ଆମର ଜାତୀୟ ସଂଗ୍ରାମ ସମୟରେ ଏହା ସ୍ବୀକୃତି ପାଇଥିଲା। ଭାରତୀୟ ଜାତୀୟ ପତାକା ଆଜିର ରୂପରେ ପହଞ୍ଚିବା ପାଇଁ ଅନେକ ପର୍ଯ୍ୟାୟ ଦେଇ ଗତି କରିଥିଲା। ପ୍ରଥମ ଜାତୀୟ ପତାକା ୧୯୦୬ରେ ଭାରତର ଅଣ-ସରକାରୀ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହା ୧୯୦୬ ଅଗଷ୍ଟ ୭ରେ କୋଲକାତାରେ ଉତ୍ତୋଳନ କରାଯାଇଥିଲା। ଏହି ପତାକାର ରଙ୍ଗ ଲାଲ୍, ହଳଦିଆ ଏବଂ ସବୁଜ ଥିଲା।
ଏହା ପରେ ୫ ଥର ଜାତୀୟ ପତାକାର ରୂପ ବଦଳାଯାଇଥିଲା। ଶେଷରେ ୨୨ ଜୁଲାଇ ୧୯୪୭ରେ ବିଧାନସଭା ଏହାକୁ ମୁକ୍ତ ଭାରତୀୟ ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହାର ରଙ୍ଗ ଏବଂ ସେମାନଙ୍କର ଗୁରୁତ୍ୱ ସ୍ବାଧୀନତା ପରେ ରହିଲା। କେବଳ ପତାକା ଭିତରେ ଅରଖ ସ୍ଥାନରେ ସମ୍ରାଟ ଅଶୋକଙ୍କ ଧର୍ମଚକ୍ର ରହିଥିଲା। ଏହାର ରଙ୍ଗ ସବୁଜ, ଧଳା ଏବଂ ନାରଙ୍ଗି ରହିଲା। ସେହିଦିନଠାରୁ ଭାରତରେ ତ୍ରିରଙ୍ଗା ଉଡ଼ିଆସୁଛି।