Categories: ଫୁରସତ

ପ୍ରଥମ ଅଫର ଅନ୍ତରାଳେ..

ଯେ କୌଣସି ଭୂମିକା ହେଉ ତାହାକୁ ତୁଲାଇବାରେ କଙ୍ଗନା ରାଣାଓ୍ବତ୍‌ କେତେ ସକ୍ଷମ ତାହା ତାଙ୍କ ଅଭିନୀତ ସିନେମାଗୁଡ଼ିକରୁ ଜଣାପଡ଼ିଥାଏ। ତାଙ୍କୁ ବଡ଼ ପରଦା ପାଇଁ ପ୍ରଥମ ଅଫର ମିଳିବା ସମୟରେ ତାଙ୍କର ବୟସ କେତେ ହୋଇଥିଲା ଜାଣନ୍ତି ? ମାତ୍ର ୧୯ ବର୍ଷ। ବମ୍ବେରୁ ଦିଲ୍ଲୀ ଆସିବା ପରେ ସେ ପ୍ରଥମେ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ଏକ ଥିଏଟର ଗ୍ରୁପ୍‌ରେ ଯୋଗଦେଇ ଅଭିନୟରେ ମନୋନିବେଶ କଲେ। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଗ୍ୟାଙ୍ଗଷ୍ଟର’। ଯେତେବେଳେ ମହେଶ ଭଟ୍ଟ ଏହି ଫିଲ୍ମର ନାୟିକା ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ ପ୍ରଥମେ ଚିତ୍ରାଙ୍ଗଦା ସିଂଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ କେତେକ କାରଣରୁ ସେ ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ କଙ୍ଗନାଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ସେ ଏଥିପାଇଁ ରାଜି ହୋଇଥିଲେ। କଙ୍ଗନା ଏପର୍ଯ୍ୟନ୍ତ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିସାରିଛନ୍ତି। ଏହି ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ଶବାନା ଆଜମୀ, ଯିଏକି ପାଞ୍ଚ ଥର ଏହି ପୁରସ୍କାର ପାଇଛନ୍ତି। କଙ୍ଗନା ଅଭିନୟ କରିଥିବା ହିଟ୍‌ ସିନେମା ‘କୁଇନ୍‌’ର କେତେକ ସଂଳାପ ସେ ନିଜେ ରଚନା କରିଛନ୍ତି। ଅଭିନୟ କ୍ଷେତ୍ରରେ ନିଜକୁ ଆହୁରି ପରିପକ୍ୱ କରିବାକୁ ସେ ନ୍ୟୁୟର୍କ ଫିଲ୍ମ ସ୍କୁଲ୍‌ରୁ ଆକ୍ଟିଂରେ ଡିଗ୍ରୀ ହାସଲ କରିଛନ୍ତି।

Share