Categories: ଜାତୀୟ

ଓ୍ବାନ ନେଶନ, ଓ୍ବାନ ଇଲେକଶନ ସମିତିର ପ୍ରଥମ ବୈଠକ ଆଜି, କୋବିନ୍ଦଙ୍କ ଘରେ ଏକାଠି ହେବେ ସଦସ୍ୟ

ନୂଆଦିଲ୍ଲୀ,୬।୯: ଦେଶରେ ଓ୍ବାନ ନେଶନ, ଓ୍ବାନ ଇଲେକଶନକୁ ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଓ୍ବାନ ନେଶନ, ଓ୍ବାନ ଇଲେକଶନର ଅଧ୍ୟୟନ ପାଇଁ ୮ ସଦସ୍ୟ ବିଶିଷ୍ଟ ଟିମ ଗଠନ କରିଥିଲେ। ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ କମିଟିର ପ୍ରଥମ ସରକାରୀ ବୈଠକ ଆଜି ଅର୍ଥାତ୍‌ ବୁଧବାର ଦିଲ୍ଲୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଅପରାହ୍ନ ୩ଟାରେ ଏକ ବୈଠକ ହେବ। କିଛି ଦିନ ପୂର୍ବରୁ ରାମନାଥ କୋବିନ୍ଦ ଆଇନ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିଥିଲେ। ଏହି ସଭା ରାମନାଥ କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହେବ।
ଏହି କମିଟିରେ ସମୁଦାୟ ୮ଜଣ ସଦସ୍ୟ ଅଛନ୍ତି। ଅମିତ ଶାହା, ଅଧୀର ରଞ୍ଜନ ଚୌଧରୀ, ଗୁଲାମ ନବୀ ଆଜାଦ, ଏନ.କେ ସିଂ, ସୁଭାଷ କାଶ୍ୟପ, ହରିଶ ସାଲଭେ ଏବଂ ସଞ୍ଜୟ କୋଥାରୀ ଅନ୍ୟ ସଦସ୍ୟ ହେବେ।
ସୂଚନାଯୋଗ୍ୟ ଯେ କଂଗ୍ରେସ ଏମପି ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିରୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

Share