ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

କଟକ ଅଫିସ, ୧ା୧୦:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ନାମଲେଖାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିବାବେଳେ ଚଳିତବର୍ଷ ଅନ୍‌ଲାଇନ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତତିନିରେ ସମସ୍ତ ବିଭାଗରେ ପ୍ରାୟ ୧୮ ଶହରୁ ଊର୍ଦ୍ଧ୍ୱ ସିଟ୍‌ ରହିଛି। ଏଥିପାଇଁ ଏ ବର୍ଷ ପ୍ରାୟ ୧୧ହଜାର ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଥିଲେ। ବୁଧବାର ନାମଲେଖାର ପ୍ରଥମ ପ୍ରର୍ଯ୍ୟାୟ ପାଇଁ ମେଧାବୀ ତାଲିକା ସହ କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇଛି। ସେଥିମଧ୍ୟରେ ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ୯୨.୫%, ପ୍ରାଣୀ ବିଜ୍ଞାନରେ ୯୪.୨%, ପଦାର୍ଥ ବିଜ୍ଞାନରେ ୯୩.୬%, ରସାୟନ ବିଜ୍ଞାନରେ ୯୨.୬%, କମ୍ପ୍ୟୁଟର ବିଜ୍ଞାନ ଓ ଭୂଗୋଳରେ ୯୨%, ଭୂତତ୍ତ୍ବ ବିଜ୍ଞାନରେ ୯୩.୨%, ଅର୍ଥଶାସ୍ତ୍ରରେ ୯୧.୮%, ଗଣିତରେ ୯୪.୨%, ଷ୍ଟାଟିଷ୍ଟିକ୍ସରେ ୯୧.୮% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି କଳା ବିଭାଗର ଅର୍ଥଶାସ୍ତ୍ରରେ ୮୯%, ଶିକ୍ଷାରେ ୯୩.୬୬%, ଇଂଲିଶରେ ୮୭%, ଭୂଗୋଳରେ ୯୧.୬%, ହିନ୍ଦୀରେ ୮୩.୧୬%, ଇତିହାସରେ ୮୬%, ଗଣିତରେ ୮୪.୨%, ଓଡ଼ିିଆରେ ୮୧.୧୬%, ଦର୍ଶନ ଶାସ୍ତ୍ରରେ ୮୩.୬୬%, ରାଜନୀତି ବିଜ୍ଞାନରେ ୮୭.୧୭%, ମନସ୍ତତ୍ତ୍ବରେ ୮୫.୮୩%, ସଂସ୍କୃତରେ ୮୧.୫%, ସମାଜ ବିଜ୍ଞାନରେ ୮୫.୫% ଏବଂ ଷ୍ଟାଟିଷ୍ଟିକ୍ସରେ ୮୭.୨% କଟ୍‌ଅଫ୍‌ ମାର୍କ ରହିଛି। ବାଣିଜ୍ୟ ବିଭାଗରେ ୮୭.୨%, ବିବିଏରେ ୭୯.୬୬%, ଆଇଏସ୍‌ଟିରେ ୬୯.୫%, ଆଇଟିଏମ୍‌ରେ ୭୩%, ଡିଏସ୍‌ଏମ୍‌ରେ ୬୬.୮୩% ଏବଂ ବିଜେଏମ୍‌ସିରେ ୬୧.୫% କଟ୍‌ଅଫ୍‌ ମାର୍କ ରହିଛି। ବିଏସ୍‌ସି ବିଏଡ଼୍‌ ବିଭାଗ ପଦାର୍ଥ ବିଜ୍ଞାନରେ ୯୪.୧%, ରସାୟନ ବିଭାଗରେ ୯୪.୨%, ଉଦ୍ଭିଦ ବିଜ୍ଞାନରେ ୯୩.୯%, ପ୍ରାଣୀ ବିଜ୍ଞାନରେ ୯୪.୪% ଏବଂ ଗଣିତରେ ୯୩.୭% କଟଅଫ ମାର୍କ ରହିଛି। ବିଏ ବିଏଡ୍‌ ବିଭାଗ ଶିକ୍ଷାରେ ୮୮.୫%, ଇଂଲିଶରେ ୮୯.୬%, ଓଡ଼ିଆରେ ୮୬.୯୯%, ଇତିହାସରେ ୮୮.୯୧%, ରାଜନୀତି ବିଜ୍ଞାନରେ ୮୮.୭୮%, ଭୂଗୋଳରେ ୯୦.୫% ଏବଂ ଅର୍ଥଶାସ୍ତ୍ରରେ ୯୨.୯% କଟଅଫ ମାର୍କ ଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାରଠାରୁ ଆଡ୍‌ମିଶନ ଫି’ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Share