Categories: ଜାତୀୟ

ଛତିଶଗଡ଼ର ୨୦ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାୟପୁର,୭।୧୧: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ ବସ୍ତର ଡିଭିଜନର ସମସ୍ତ ୧୨ଟି ଆସନ ଏବଂ ଦୁର୍ଗ ଡିଭିଜନର ୮ଟି ଆସନ ଅନ୍ତର୍ଭୁକ୍ତ।

ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ରମଣ କ୍ୟାବିନେଟର ୫ ମନ୍ତ୍ରୀ ଡକ୍ଟର ରମଣ ସିଂ, ଲତା ଉସେଣ୍ଡି, କେଦାର କଶ୍ୟପ, ମହେଶ ଗଗଡା ଏବଂ ବିକ୍ରମ ଉସେଣ୍ଡି ଏବଂ ବର୍ତ୍ତମାନର ଭୁପେଶ କ୍ୟାବିନେଟର ତିନିଜଣ ମନ୍ତ୍ରୀ ମହମ୍ମଦ ଆକବର, ମୋହନ ମାର୍କମ ଏବଂ କାୱାସୀ ଲକ୍ଷ୍ମଙ୍କ ବ୍ୟତୀତ କଂଗ୍ରେସ ରାଜ୍ୟ ସଭାପତି ତଥା ବସ୍ତର ଏମପି ଦୀପକ ବ୍ୟାଜଙ୍କ ଦବଦବା ବିପଦରେ ରହିବ। ଭୋଟ ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିିଛି।

Share