Categories: ଜାତୀୟ

ନୂଆ ଆଇନରେ ପ୍ରଥମ ଏତଲା ଗ୍ବାଲିୟରରେ

ନୂଆଦିଲ୍ଲୀ,୨ା୭: ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ପରେ ଶୁକ୍ରବାର ୧୨ଟା ୧୦ ମିନିଟରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ପ୍ରଥମ ଏତଲା ଏକ ମୋଟରସାଇକେଲ ଚୋରି ମାମଲାରେ ଦାଏର ହୋଇଛି। ନୂଆଦିଲ୍ଲୀ ରେଳଷ୍ଟେଶନ ନିକଟ କମଳା ମାର୍କେଟରେ ରାସ୍ତା ଅବରୋଧ କରିଥିବା ଜଣେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ନାଁରେ ପ୍ରଥମ ଏତଲା ହୋଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ଗଣମାଧ୍ୟମ ସହ ଯୋଗାଯୋଗ କରିବା ପରେ ନୂଆ ଆଇନରେ ଗ୍ବାଲିୟରରେ ପ୍ରଥମ ମାମଲା ରୁଜୁ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତ ପରେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ବିରୋଧରେ ଦାଏର ଏତଲାକୁ ଖାରଜ କରିଦେଇଥିବା ଶାହା କହିଛନ୍ତି।

Share