ଫିଲ୍ମ‘ରାଧେ ଶ୍ୟାମ’ ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ’କୁ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଫିଲ୍ମର ପ୍ରଥମ ଗୀତ ‘ଆଶିକି ଆ ଗୟି’ ବୁଧବାର ରିଲିଜ୍‌ ହୋଇ ଯାଇଛି । ରିଲିଜ୍‌ ହେବା ସଙ୍ଗେ ସଙ୍ଗେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। । ଏହି ରୋମାଣ୍ଟିକ୍‌ ଗୀତକୁ ଅରିଜିତ୍‌ ସିଂହ ଗାଇଛନ୍ତି।

ଏହି ଗୀତରେ ପ୍ରଭାସ ଏବଂ ପୂଜାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ନଜର ଆସୁଛି । ଯାହାକୁ ବେଶ୍‌ ପସନ୍ଦ କରୁଛନ୍ତି ଦର୍ଶକ । ଏହା ସହିତ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା ୧୪ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି ।

Share