Categories: ଫୁରସତ

ପ୍ରଥମଥର ପିଜ୍ଜା ଖାଇବା ପରେ ଶିଶୁର ପ୍ରତିକ୍ରିୟା ଦେଖିଲେ ଆଖି ଯିବ ଲାଖି

ସାଧାରଣତଃ ପିଲାମାନେ ଯେକୌଣସି ଜିନିଷ ପ୍ରଥମେ ଦେଖିଲେ ଖୁସି ହୋଇଯାନ୍ତି। ସେ ଖାଦ୍ୟ ହେଉ କି କୌଣସି ଜିନିଷ ପିଲାମାନେ ପ୍ରଥମେ ଦେଖିଲେ ଉତ୍ସାହିତ ହୋଇପଡନ୍ତି। ପିଲାମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ପ୍ରଥମଥର ପିଜାର ସ୍ବାଦ ଚାଖିବା ପରେ ଶିଶୁର ପ୍ରତିକ୍ରିୟା ଆଖି ଲାଖି ଯିବା ପରି ଥିଲା। ଯଦିଓ ପିଲାଟି କିଛି କହିପାରୁନାହାଁନ୍ତି, କିନ୍ତୁ ତା’ଙ୍କ ଚେହେରା ସବୁ କିଛି କହିଦେଉଛି।
ଭିଡିଓରେ, ଏକ ଛୋଟ ଝିଅ ପିଜ୍ଜାକୁ ଖାଉଥିବାର ନଜର ଆସିଛନ୍ତି, ଯାହା ତାଙ୍କ ମା’ ତାଙ୍କୁ ଦେଇଛନ୍ତି । ସେ ପିଜ୍ଜାକୁ ଚୋଇବା ସହ ପୁରା ଉପଭୋଗ କରି ଖାଉଛନ୍ତି। ଛୋଟ ଝିଅର ଚମତ୍କାର ଅଭିବ୍ୟକ୍ତି ହୃଦୟସ୍ପର୍ଶୀ। ସେ ଆଖି ବନ୍ଦ କରି ପିଜ୍ଜା ସ୍ବାଦକୁ ଉପଭୋଗ କରୁଛନ୍ତି। ଝିଅଟିର ନାମ ସ୍ୟାଲି ଏବଂ ଏହି ଫୁଟେଜକୁ ତାଙ୍କ ମା’ ଷ୍ଟେଫାନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

Share