ନିରାକାରପୁର,୧୧ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ଗୋଳବାଇ ପଞ୍ଚାୟତ ଚନ୍ଦ୍ରମାପାଟପୁର ଗ୍ରାମର ଅହଲ୍ୟା ହାତୀଙ୍କ ୨୦୧୦ରେ ବୈଦିକ ରୀତିରେ ସୁରେଶ ହାତୀଙ୍କ ସହିତ ବିବାହ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ୨୦୨୩ରେ ସୁରେଶ ଅନ୍ୟ ଜଣେ ଯୁବତୀ ସହିତ ସମ୍ପର୍କ ରଖିବା ସହିତ ଅହଲ୍ୟା ଶାଶୁଘରୁ ବାପଘରକୁ ଆସିବା ସୁଯୋଗ ନେଇ ରବିବାର ସୁରେଶ ତାଙ୍କ ପ୍ରେମିକାଙ୍କ ସହିତ ବାଳକାଟି ଏକ ମନ୍ଦିରରେ ବିବାହ ଚାଲିଥିବା ଖବର ପାଇ ଅହଲ୍ୟା ଯାଇ ପୋଲିସ ସହାୟତାରେ ବିବାହକୁ ବନ୍ଦ କରିଥିଲେ। ଏନେଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୩୪୯/୨୩ରେ ଏକ ମାମଲା ରୁଜୁ କରି ସୁରେଶଙ୍କୁ ଅଟକାଇ ରଖି ଥିବାବେଳେ ଅହଲ୍ୟା ଜଙ୍କିଆ ଥାନାର ଆଉ ଏକ ମାମଲା ରୁଜୁ କରିଛନ୍ତି।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ